ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ ସିଆର୍‍ପିଏଫ ଚତୁର୍ଥ ବାଟାଲିୟନ ପକ୍ଷରୁ ୬୩ତମ ପ୍ରତିଷ୍ଠା ଦିବସ ବୁଧବାର ଉଦ୍‍ଘାଟିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି ମହାସମାରୋହରେ ମୁଖ୍ୟ ଅତିଥି ଭାବେ ସିଆରପିଏଫ ଡିଆଇଜିପି ଏସଡି ପାଣ୍ଡେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ବାଟାଲିୟନ ପରି‍ସରରେ ଚାଲିଥିବା ଏହି ଉତ୍ସବର ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଦ୍ୱିତୀୟ ଦିନରେ ବାଟାଲିୟନ ଯବାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବା ସହ କୃତୀ ଯବାନଙ୍କୁ ଶେଷ ଦିନରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି କମାଣ୍ଡେଣ୍ଟ ୱାଇକେ ରାଜପୁତ, ଦ୍ୱିତୀୟ କମାଣ୍ଡେଣ୍ଟ ମିତୁ ରଏ, ଡେପୁଟି କମାଣ୍ଡେଣ୍ଟ ଅଶୋକ ପିଏମ ଓ ଡେପୁଟି କମାଣ୍ଡେଣ୍ଟ ସନ୍ତୋଷ କୁମାର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

Comment