ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ବାଂଲାଦେଶ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ। ଗୁଜୁରାଟର ରାଜକୋଟରେ ହେବାକୁ ଥିବା ଏହି ମ୍ୟାଚ୍ ଭାରତ ପାଇଁ ମ୍ୟାଚ୍ ‘କର ବା ମର’ ଭଳି ହେବ।

ଏହି ମ୍ୟାଚକୁ ଜିତି ବାଂଲାଦେଶ ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିବ। ଅନ୍ୟପଟେ ଏହି ମ୍ୟାଚ୍ ଜିତି ଭାରତ ସିରିଜକୁ ପୁଣି ଫେରିବାକୁ ଇଚ୍ଛା ରଖିଛି। ତେଣୁ ଦୁଇ ଦଳ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱ ବହନ କରୁଛି। ପ୍ରଥମ ମ୍ୟାଚରେ ପରାଜୟ ପରେ ଭାରତୀୟ ଦଳ ନୂଆ ଗେମ୍ ପ୍ଲାନ ସହ ପଡ଼ିଆକୁ ଓହ୍ଲାଇବା। ଦଳ ଏଥର ସଞ୍ଜୁ ସାମସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବ ବୋଲ ଆଶା କରାଯାଉଛି। ସେହିଭଳି ବୋଲିଂରେ ଖଲୀଲ ଅହମ୍ମଦଙ୍କୁ ବଦଳାଇପାରେ ଟିମ୍ ଇଣ୍ଡିଆ। ନଚେତ୍ ଦଳ ସେହି ପୂର୍ବ ମ୍ୟାଚର ଖେଳାଳିମାନଙ୍କୁ ନେଇ ମ୍ୟାଚକୁ ଓହ୍ଲାଇବ।ଅନ୍ୟପଟେ ପ୍ରଥମ ମ୍ୟାଚରେ ଦମଦାର ବିଜୟ ପରେ ଫୁଲ୍ ଦମରେ ପଡ଼ିଆକୁ ଓହ୍ଲାଇବ ବାଂଲାଦେଶ। ପ୍ରଥମ ମ୍ୟାଚରେ ଦଳ ଉଭୟ ବୋଲିଂ ଓ ବ୍ୟାଟିଂରେ ଭାରତୀୟ ଟିମକୁ ଟକ୍କର ଦେଇଥିବାରୁ ଦ୍ୱିତୀୟ ମ୍ୟାଚ୍ ମଧ୍ୟ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ରାଜକୋଟରେ ପିଚ୍ ବ୍ୟାଟ୍ସମ୍ୟାନମାନଙ୍କୁ ସୁହାଇବ ବୋଲି ପୂର୍ବରୁ ଏହାର କ୍ୟୁରେଟର ସୂଚନା ଦେଇସାରିଛନ୍ତି। ଯଦି ‘ମହା’ ବାତ୍ୟାର ପ୍ରଭାବ ନପଡ଼େ ତେବେ ଏହି ମ୍ୟାଚରେ ଦର୍ଶକ ଛକା ଚୌକାର ବର୍ଷା ଦେଖିବାକୁ ପାଇବେ ବୋଲି ଚର୍ଚ୍ଚା ହେଉଛି।

Comment