ଓଡ଼ିଶାଲାଇଭ୍‌ ବ୍ୟୁରୋ Baleswar Image Pazar Studio

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଏଣିକି ଘରେ ବସି ଆପଣ ପାଇବେ ଷ୍ଟୁଡିଓରେ ଫଟୋ ଉଠାଇବାର ମଜା। ବାଲେଶ୍ଵରରେ ଗୁରୁବାର ଉଦ୍‌ଘାଟିତ ହୋଇଛି ଏମିତି ଏକ ଫଟୋ ଷ୍ଟୁଡିଓ, ଯାହା ଷ୍ଟୁଡିଓ ସେବା ‘ହୋମ୍ ଡିଲେଭରି’ ଦେଉଛି। ଏହି ଫଟୋ ଷ୍ଟୁଡିଓର ନାଁ ‘ଇମେଜ୍ ବାଜାର୍ ଷ୍ଟୁଡିଓ।’

Baleswar Image Pazar Studio

ଗୁରୁବାର ବାଲେଶ୍ୱର ସହରର ମିର୍ଜାପୋଖରୀଠାରେ ଏହି ଷ୍ଟୁଡିଓକୁ ଫିତା କାଟି ଉଦ୍‌ଘାଟନ କରିଛନ୍ତି ‘ମିସ୍ ବାଲେଶ୍ଵର’ କଳ୍ପାଶା ଅଙ୍କିତା ଶ’। ଏହା ଯୁବପିଢ଼ିଙ୍କ ଚାହିଦାକୁ ପୂରଣ କରିବ ବୋଲି କଳ୍ପାଶାଙ୍କ ମା’ ରଶ୍ମି ଦାସ କହିଥିଲେ।

Baleswar Image Pazar Studio

‘ଇମେଜ୍ ବାଜାର୍ ଷ୍ଟୁଡିଓ’ ପ୍ରତିଷ୍ଠା ପଛରେ ନୂଆ ଲକ୍ଷ୍ୟ ଥିବା ଏହାର ନିର୍ଦ୍ଦେଶକ ପ୍ରୀତମ୍ କହିଥିଲେ। ସେ କହିଥିଲେ, “ଆଜିର ସମୟ ହେଉଛି ହୋମ୍ ଡିଲେଭରିର ସମୟ। ଲୋକେ ଘରେ ବସି ସବୁ ଜିନିଷ ଚାହୁଁଛନ୍ତି। ତେଣୁ ଆମେ ପ୍ରଥମେ ପାସପୋର୍ଟ ଫଟୋସର୍ଭିସ୍ ଘରେ ପହଞ୍ଚି ଯୋଗାଇଦେବାକୁ ସ୍ଥିର କରିଛୁ। ଏହାଛଡ଼ା ନବାଗତା ମଡେଲିଂ ପାଇଁ ମାଗଣାରେ ଫଟୋସୁଟ୍‌ ସେବା ଯୋଗାଇ ଦେବୁ।”

Comment