ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ମହାମାରୀ କରୋନା ଭାଇରସ ବ୍ୟାପିବା ପରେ ପ୍ରାୟ ସବୁ ଦେଶ ବନ୍ଦ ହୋଇଯାଇଛି। ବିଶ୍ୱର ପ୍ରାୟ ଦେଶଗୁଡ଼ିକ ତାଲା ପକାଇବାକୁ ଘୋଷଣା କରିଛନ୍ତି ତ କେତେକ ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି। ଏପରି ପରିସ୍ଥିତିରେ ଯଦି କିଏ ଘରର ରାସନ୍‌, ଖାଦ୍ୟ ବା ଜରୁରୀ କାର୍ଯ୍ୟରେ ବାହାରୁଛନ୍ତି ସେମାନଙ୍କୁ ହିଁ ଅନୁମତି ଦିଆଯାଉଛି। ଅର୍ଥାତ ଜରୁରୀ କାର୍ଯ୍ୟ ନଥିଲେ ଘରୁ ବାହାରିବାକୁ ବାରଣ କରାଯାଇଛି। କିନ୍ତୁ ଅତ୍ୟାବଶ୍ୟକ ଦୋକାନ, ମଲ୍‌ ଖୋଲାରହିଛି। ତେବେ ଏପରି ସ୍ଥିତିରେ ଯଦି ଆପଣ କିଛି ଜରୁରୀ ସାମଗ୍ରୀ ଅର୍ଡର ଦେଉଛନ୍ତି, ତେବେ ଏହା କେତେ ସୁରକ୍ଷିତ?

ମଲ୍‌ ଯାଇ କିଣିବା ଅପେକ୍ଷା ଘରକୁ ହୋମ୍‌ ଡେଲିଭରି ଯୋଗେ ଅର୍ଡର କରିବା ଉଚିତ୍‌ ରହିଥାଏ। କିନ୍ତୁ ଏହା ନୁହେଁ ଯେ ଏଥିରେ କୌଣସି ବିପଦ ନାହିଁ। ଯେତେବେଳେ କିଛି ଡେଲିଭରି ଆପଣଙ୍କ ପାଖରେ ପହଞ୍ଚେ, ଏହା ଅନେକଙ୍କ ହାତ ଦେଇ ଆସିଥାଏ। ଏହାପରେ ଯେଉଁ ଗାଡ଼ିରେ ଏହି ପାର୍ସଲ ଆସୁଛି, ସେ ଗାଡ଼ି କେତେ ପରିଷ୍କାର ତାହା ମଧ୍ୟ ଏକ ସମସ୍ୟା। ତେବେ କରୋନା ସଂକ୍ରମଣ ସମୟରେ ଯେତେ ସୁରକ୍ଷିତ ରହିବେ ସେତିକି ଆପଣଙ୍କୁ ଫାଇଦା।

ଏବେର ସମୟରେ ଲୋକେ ଅନଲାଇନ୍‌ ଅର୍ଡର କରି ଖାଇବାକୁ ପସନ୍ଦ କରୁଛନ୍ତି। ହେଲେ ଏଭଳି ମହାମାରୀ ସମୟରେ ଖାଦ୍ୟ ଅନ୍‌ଲାଇନ୍‌ ଅର୍ଡର ନ କରି ଘରେ ପ୍ରସ୍ତୁତ କରି ଖାଇବା ହିଁ ସୁରକ୍ଷିତ। କିନ୍ତୁ, ଯଦି ଆପଣ ଖାଦ୍ୟ ଅର୍ଡର କରୁଛନ୍ତି। ତେବେ ତାହାର ପାର୍ସଲ ମଧ୍ୟ କେତେ ହାତ ଦେଇ ଆସୁଥିବ। ଏଭଳି ପରିସ୍ଥିତିରେ ଖାଦ୍ୟ ଘରକୁ ଆସିବା ପରେ ଖାଦ୍ୟର ପାର୍ସଲ ଖୋଲି ଖାଦ୍ୟକୁ ଏକ ପାତ୍ରରେ ଢାଳନ୍ତୁ, ଏହାପରେ ସଙ୍ଗେ ସଙ୍ଗେ ଉକ୍ତ ପାର୍ସଲକୁ ଡଷ୍ଟବିନ୍‌ରେ ଫୋପାଡ଼ନ୍ତୁ। ଏବେ ହାତକୁ ସାବୁନ୍‌ ଓ ହ୍ୟାଣ୍ଡଓ୍ଵାସରେ ୨୦ ସେକେଣ୍ଡ ପାଇଁ ଧୁଅନ୍ତୁ। ଏହାପରେ ଖାଇପାରିବେ।

ଏଭଳି ପରିସ୍ଥିତିରେ ଥଣ୍ଡା ଖାଦ୍ୟ ଖାଇବା ଅପେକ୍ଷା ସତେଜ ଖାଦ୍ୟ ଖାଆନ୍ତୁ।

Comment