ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି କରି ସହରବାସୀ ଆଜି ରାଜରାସ୍ତାକୁ ଓଲ୍ଲାଇଥିଲେ। ସମସ୍ତ ଦଳୀୟ ନେତା ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପଠାଇଛନ୍ତି।

ପୂର୍ବରୁ ଭାଏବିଲିଟି ଗ୍ୟାପ୍ ଫଣ୍ଡିଙ୍ଗ ମାଧ୍ୟମରେ ରାୟଗଡ଼ା ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସହମତି ହୋଇଥିଲା। ଏନେଇ ଗତ ୨୦୧୪ ମସିହାରେ ତତ୍କାଳୀନ ସ୍ଵାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା କରିଥିଲେ। କିନ୍ତୁ କୌଣସି କାରଣବଶଃତ ଆଉ କାର୍ଯ୍ୟ ଆଗେଇ ପାରିଲା ନାହିଁ।

ତେବେ କେନ୍ଦ୍ର ସରକାର ଦେଶରେ ଆଉ ୭୫ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିବା ପରେ ରାୟଗଡ଼ା ଜିଲ୍ଲାରେ ମଧ୍ୟ ମେଡିକାଲ କଲେଜ ହେବା ପାଇଁ ମଞ୍ଜୁର କରାଯାଉ ବୋଲି ସହରବାସୀ ଦାବି କରିଛନ୍ତି। ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାୟଗଡ଼ା ସହରରେ ଆବଶ୍ୟକୀୟ ଭିତ୍ତିଭୂମୀ ଓ ସରକାରୀ ଜମି ରହିଥିବା ବେଳେ ଜନସାଧାରଣଙ୍କ ଦାବିକୁ ତୁରନ୍ତ ଅଗ୍ରାଧିକାର ଦିଆଯାଉବୋଲି ସାଧାରଣରେ ମତପ୍ରକାଶ ପାଇଛି।

Comment