ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଓଡିଶାର ପ୍ରସିଦ୍ଧ ମାସିକ ପତ୍ରିକା ‘କାଦମ୍ବିନୀ’ର ସ୍ୱତନ୍ତ୍ର ସଂଖ୍ୟା ବୁଧବାର ରାୟଗଡ଼ାସ୍ଥିତ ତେଜସ୍ୱୀ ହୋଟେଲରେ ଉନ୍ମୋଚିତ ହୋଇଯାଇଛି। ଏଥିରେ ରାୟଗଡ଼ାର ଇତିହାସ, କଳା, ଆଦିବାସୀ ସଂସ୍କୃତି ଓ ପରମ୍ପରା ସ୍ଥାନ ପାଇଛି।

ରାୟଗଡ଼ାର ଇତିହାସ, ପର୍ବପର୍ବାଣି, ଖାଦ୍ୟ ସଂସ୍କୃତି, ପର୍ଯ୍ୟଟନ, ରାଜନୀତି, ସାହିତ୍ୟ ଓ ସାହିତ୍ୟିକଙ୍କୁ ନେଇ ଏଥିରେ ବିଭିନ୍ନ ପ୍ରକାର ଫିଚର ରହିଛି। ଏହାସହ ପିଲାଙ୍କ ପାଇଁ ‘କୁନିକଥା’ ପତ୍ରିକା ମଧ୍ୟ ଉନ୍ମୋଚନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ‘କାଦମ୍ବିନୀ’ର ସମ୍ପାଦିକା ଡକ୍ଟର ଇତି ସାମନ୍ତ, ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Comment