ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ ବିଭିନ୍ନ ଦାବି ନେଇ ଆଶା କର୍ମୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଭାରତୀୟ ମଜଦୁର ସଂଘର ଡାକରାରେ ଆଜି ଜିଲ୍ଲା ଆଶା କର୍ମୀ ସଂଘ ରାୟଗଡ଼ାର ଗାନ୍ଧୀ ପାର୍କରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପରେ ଦାବିପତ୍ର ପ୍ରଦାନ କରିଥିଲେ।

 

ଆଶାକର୍ମୀଙ୍କୁ ୧୮ହଜାର ଟଙ୍କା ଓ ଆଶା ସାଥୀଙ୍କୁ ମାସିକ ୨୪ହଜାର ଟଙ୍କା ବେତନ, ଆଶା ଓ ଆଶା ସାଥିଙ୍କ ପାଇଁ ଇପିଏଫ, ଇଏସଆଇ ଲାଗୁ କରିବା ସହିତ ପେନସନ ଲାଗୁ, ବୀମାଭୁକ୍ତ କରାଇବା, ଟ୍ରେନ ଓ ବସ୍‌ ଯତ୍ରା କଲେ ୨୫ ପ୍ରତିଶତ ରିହାତି ପ୍ରଦାନ କରିବା, ଆଶା କର୍ମୀଙ୍କ ସକାଶେ ଚିକିତ୍ସାଳୟରେ ବିଶ୍ରାମସ୍ଥଳୀ ନିର୍ମାଣ କରିବା, ଦୁର୍ଘଟଣାଜନିତ ମୃତ୍ୟୁ ଘଟିଲେ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ ଆଦି ୧୫ଟି ଦାବି ପୂରଣ ସକାଶେ ସଂଘ ସ୍ମାରକପତ୍ରରେ ଉଲ୍ଲେଖ କରିଛି।

ଏହି ଦାବିପତ୍ର ପ୍ରଦାନ ବେଳେ ଭରତୀୟ ମଜଦୁର ସଂଘ ସଭାପତି ଯୋଗେସ୍ୱର ଦାସ, ଜିଲ୍ଲାକୋଠା ବାଡ଼ି ନିର୍ମାଣ ସମ୍ପାଦକ ଅରୁଣ କୁମାର ଲେଙ୍କା, ଆଶା ସଂଘ ଜିଲ୍ଲା ସଭାନେତ୍ରୀ ପୁଷ୍ପାଞ୍ଜଳି ବେହୁରା, ଜିଲ୍ଲା ସମ୍ପାଦିକା ମମତା ବିଶ୍ୱାଳଙ୍କ ସମେତ ବୈଜୟନ୍ତୀ ମାଳା ଓ ସଂଘର ଅନ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ରହିଥିଲେ।

Comment