ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଆଧାର କାର୍ଡର ଗୁରୁତ୍ୱ ଆପଣ ନିଶ୍ଚିତ ଭାବରେ ଜାଣିଥିବେ। ବର୍ତ୍ତମାନ ସମୟରେ ବ୍ୟାଙ୍କଠାରୁ ଆରମ୍ଭ କରି ରାସନ କାର୍ଡ ପର୍ଯ୍ୟନ୍ତ ସବୁକାମରେ ଆବଶ୍ୟକ ପଡ଼ିଥାଏ ଆଧାର କାର୍ଡର ନମ୍ବର।

ତେବେ ବିଭିନ୍ନ ସମୟରେ ଲୋକମାନେ ଆଧାରକାର୍ଡରେ ନିଜର ଠିକଣା ଭୁଲ ଥିବା ଦେଖିବାକୁ ପାଇଥା’ନ୍ତି। ଯାହାକୁ ଠିକ୍ କରିବାକୁ ଲୋକଙ୍କୁ ଲମ୍ବାଲାଇନରେ ଠିଆ ହେବାକୁ ପଡିଥାଏ। ତେବେ ଏବେ ଆପଣ ଅନ୍‌ଲାଇନରେ ଘରେ ବସି ନିଜର ଆଧାରକାର୍ଡର ଠିକଣାରେ ସୁଧାର କରିପାରିବେ।ଏଥିପାଇଁ ଆପଣଙ୍କୁ ପ୍ରଥମେ uidai.gov.in ରେ ଲଗଇନ୍ କରିବାକୁ ପଡ଼ିବ। ଏହାପରେ ଆପଣଙ୍କୁ ମାଇ ଅଧାରରେ ଯାଇ, ସେଥିରେ ଥିବା ଅପ୍‌ଡେଟ୍‌ ୟୋର ଆଡ୍ରେସ୍‌ ଅନ୍‌ଲାଇନ୍‌ରେ କ୍ଲିକ୍‌ କରିବାକୁ ପଡ଼ିବ।

ଏହାପରେ ଆପଣଙ୍କ ଆଗରେ ଗୋଟିଏ ନୂଆ ଟ୍ୟାବ୍ ଖୋଲିଯିବ। ସେହି ନୂଆ ଟ୍ୟାବ୍‌ରେ ଆସୁଥିବା ଅପ୍‌ଡେଟ୍‌ ଆଡ୍ରେସ୍‌ ଉପରେ କ୍ଲିକ୍‌ କରିବେ।

ଯେଉଁଥିରେ କିଛି ନିୟମ ସହ ଠିକଣା ପରିବର୍ତ୍ତନ କରିବାକୁ ଲେଖାହୋଇଥିବ।

ଏହାପରେ ଆପଣଙ୍କୁ ନିଜର ଆଧାର ନମ୍ବର ଦେବାକୁ ପଡ଼ିବ। ଆଧାର ନମ୍ବର ରେଜିଷ୍ଟର କରିବା ପରେ ଆପଣଙ୍କ ମୋବାଇଲକୁ ୬ଟିକିଆ ବା ୮ ଟିକିଆ ଓଟିପି ନମ୍ବର ଆସିବ।ଓଟିପି ନମ୍ବର ଦେବାପରେ ଲଗ୍‌ଇନ୍‌ କରିବାକୁ ହେବ। ପରେ ଆପଣଙ୍କୁ ନିଜର ଠିକଣା ପରିବର୍ତ୍ତନ କରିବାର ଅପସନ୍ ଆସିଯିବ। ବର୍ତ୍ତମାନ ଆପଣ ନିଜର ସଠିକ୍ ଠିକଣା ଦାଖଲ କରିଦିଅନ୍ତୁ। ଏହାସହ ଆପଣଙ୍କୁ ନିଜର ପାସପୋର୍ଟ, ବ୍ୟାଙ୍କ୍ ଷ୍ଟେଟମେଣ୍ଟ୍ କିମ୍ବା ବ୍ୟାଙ୍କ ପାସବୁକ୍ କିମ୍ବା ଭୋଟର କାର୍ଡ ମଧ୍ୟରୁ ଗୋଟିଏ ପରିଚୟ ପତ୍ର ସାମିଲ କରିବାକୁ ପଡ଼ିବ।

ଏହାପରେ ଆପଣଙ୍କୁ ସବମିଟ୍ ବଟନ ଉପରେ କ୍ଲିକ୍ କରିବାକୁ ପଡ଼ିବ। ପରେ ଆପଣଙ୍କୁ ଗୋଟିଏ ନମ୍ବର ମିଳିବ, ଯାହାଦ୍ୱାରା ଆପଣ କିଛି ଦିନ ପରେ ଆପଣଙ୍କ ନୂଆ ଆଧାରକାର୍ଡ ପରିବର୍ତ୍ତନ ସହ ପାଇପାରିବେ। ନୂଆ ଆଧାର କାର୍ଡ ଉପଲବ୍ଧ ହେଲେ ଆପଣଙ୍କ ଇ-ମେଲ କିମ୍ବା ମୋବାଇଲ୍ ଫୋନକୁ ମେସେଜ୍ ମଧ୍ୟ ଆସିବ।

ପରେ ଆପଣ uidai.gov.in ଆପ୍‌ରେ ଯାଇ ନୂଆ ଅଧାରକାର୍ଡ ଡାଉନ୍‌ଲୋଡ୍‌ କରିପାରିବେ।

ଏଥିପାଇଁ ଆପଣଙ୍କୁ କୌଣସି ଲମ୍ବାଲାଇନରେ ଠିଆ ହେବାକୁ ପଡ଼ିବନି। ଆପଣ ନିଜ ଘରେ ବସି ଏହି ସମସ୍ୟାର ସମାଧାନ କରିପାରିବେ।

Comment