ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପସ୍ଥିତ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡରେ ଚାକିରି ସୁଯୋଗ। ୧୫ ନଭେମ୍ଵର ୨୦୧୯ ସୁଦ୍ଧା କରି ପାରିବେ ଆବେଦନ।

ପାରାଦୀପସ୍ଥିତ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡରେ ୧୦୮ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ବିଭିନ୍ନ ପଦବୀରେ ଆପ୍ରେନଟିସ ନିଯୁକ୍ତି କରାଯିବ। ଇଚ୍ଛୁକ ପ୍ରାର୍ଥୀମାନେ ୧୫ ନଭେମ୍ଵର ୨୦୧୯ ସୁଦ୍ଧା ଅନଲାଇନରେ ଆବେଦନ କରି ପାରିବେ।

ଯୋଗ୍ୟତା

  • ଟ୍ରେଡ୍‌ ଆପ୍ରେନଟିସ/ ଆଟେଣ୍ଡଡାଣ୍ଟ ଅପରେଟର(କେମିକାଲ) – ୧୮ ପଦବୀ – +୩ ବିଜ୍ଞାନ (ଫିଜିକ୍ସ, ଗଣିତ, କେମେଷ୍ଟ୍ରି)
  • ଟ୍ରେଡ୍‌ ଆପ୍ରେନଟିସ ଫିଟର(ମେକାଲିକାଲ) – ୦୪ ପଦବୀ – ଦଶମ ପାସ୍‌ କରିଥିବା ସହ ୨ ବର୍ଷ ଆଇଟିଆଇରେ ଫିଟର କୋର୍ସ କରିଥିବା ଆବଶ୍ୟକ।
  • ଟେକନିକାଲ ଆପ୍ରେନଟିସ(କେମିକାଲ) – ୪୦ – କେମିକାଲ ଇଂଜିନିୟରିଂରେ ୩ ବର୍ଷ ଡିପ୍ଲୋମା କରିଥିବା ଦରକାର।
  • ଟେକନିକାଲ ଆପ୍ରେନଟିସ(ମେକାନିକାଲ) – ୦୬ – ମାକାନିକାଲ ଇଂଜିନିୟରିଂରେ ୩ ବର୍ଷ ଡିପ୍ଲୋମା କରିଥିବା ଦରକାର।
  • ଟେକ୍ନିସିଆନ ଆପ୍ରେନଟିସ(ଇଲେକ୍ଟ୍ରିକାଲ) – ୨୦ – ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ୩ ବର୍ଷ ଡିପ୍ଲୋମା କରିଥିବା ଦରକାର।
  • ଟେକ୍ନିସିଆନ ଆପ୍ରେନଟିସ(ଇନଷ୍ଟ୍ରୁମେଣ୍ଟେସନ) – ୦୭ – ଇନଷ୍ଟ୍ରୁମେଣ୍ଟେସନ ଇଂଜିନିୟରିଂରେ ୩ ବର୍ଷ ଡିପ୍ଲୋମା କରିଥିବା ଦରକାର।
  • ଟ୍ରେଡ ଆପ୍ରେନଟିସ ସେକ୍ରେଟେରିଆଲ ଆସିଷ୍ଟାଣ୍ଟ – ୦୩ – ଯେକୌଣସି ବିଷୟରେ ଗ୍ରାଜୁଏସନ ପାସ୍‌ କରିଥିବା ଦରକାର।
  • ଟ୍ରେଡ ଆପ୍ରେନଟିସ ଆକାଉଣ୍ଟଟାଣ୍ଟ – ୦୪ – ବାଣିଜ୍ୟରେ ଯୁକ୍ତ ତିନି ପାସ୍‌ କରିଥିବା ଦରକାର।
  • ଟ୍ରେଡ ଆପ୍ରେନଟିସ ଡାଟା ଏଣ୍ଟ୍ରି ଅପରେଟର – ୦୩ – ଯୁକ୍ତ ୨ ପାସ କରିଥିବା ଦରକାର।
  • ଟ୍ରେଡ ଆପ୍ରେନଟିସ ଡାଟା ଏଣ୍ଟ୍ରି ଅପରେଟର(କୌଶଳ ପ୍ରମାଣପତ୍ର) – ୦୩ – ଯୁକ୍ତ ୨ ପାସ କରିଥିବା ସହ କୌଶଳ ପ୍ରମାଣପତ୍ର ଥିବା ଦରକାର।

ବୟସ ସୀମା – ୧୮ରୁ ୨୪

ଆବେଦନ ପ୍ରକ୍ରିୟା

ଇଚ୍ଛୁକ ପ୍ରାର୍ଥୀ ଅନଲାଇନରେ ଆବେଦନ କରିପାରିବେ। ଅନଲାଇନ ଆବେଦନ ପାଇଁ ଓ୍ଵେବସାଇଟ www.iocl.com କୁ ଯିବେ।

Comment