ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍। ବାତ୍ୟା ବୁଲବୁଲର କ୍ଷୟକ୍ଷତି ଆକଳନ ସହ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବ କେନ୍ଦ୍ରୀୟ ଟିମ୍। ସୋମବାର ଏନେଇ ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା।

ଆସନ୍ତା ୧୪ ଏବଂ ୧୫ ତାରିଖ ଦୁଇ ଦିନ ଧରି କେନ୍ଦ୍ରୀୟ ଟିମ୍ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ଦେଖିବେ।

ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି। ଏହାସହ କ୍ଷୟକ୍ଷତିର ଆକଳନ କରି ପ୍ୟାକେଜ ଘୋଷଣା କରିଛନ୍ତି।

ବାତ୍ୟା ବୁଲବୁଲ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ପବନ ହୋଇଥିଲା। ଏଥିଯୋଗୁଁ ଅନେକ ଧନ ଓ ଫସଲ ହାନି ଘଟିଛି। ଚାଷୀମାନଙ୍କର ଖରିଫ୍ ଫସଲ ମାଟିରେ ମିଶିଥିଲା ବେଳେ ବାତ୍ୟା ପ୍ରଭାବରେ ପ୍ରାୟ ୫ ହଜାର ଘର କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟର ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲା ବାତ୍ୟା ବୁଲବୁଲ୍‌ ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ହୋଇଛି।

Comment