ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ବୁଲୁବୁଲର କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍। ଗୁରୁବାର ସହେଲି ଘୋଷ ରୟଙ୍କ ନେତୃତ୍ୱରେ ୭ ଜଣିଆ କେନ୍ଦ୍ରୀୟ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି।

ବାତ୍ୟା ବୁଲବୁଲ ପ୍ରଭାବରେ ନଭେମ୍ବର ୮ରେ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଥିଲା। ଫଳରେ ଉତ୍ତର ଉପକୂଳ ଓଡ଼ିଶାର ୬ଟି ଜିଲ୍ଲା ବାତ୍ୟା ପ୍ରଭାବରେ ମୁଖ୍ୟତଃ କ୍ଷତିଗସ୍ତ ହୋଇଥିଲେ। ଏହି କ୍ଷୟକ୍ଷତିର ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ୍।

ଗୁରୁବାର କେନ୍ଦ୍ରୀୟ ଟିମ୍ ଭଦ୍ରକ ଜିଲ୍ଲା ପରିଦର୍ଶନରେ ଯାଇଛନ୍ତି। ସେଠାରେ ରାତ୍ରିଯାପନ କରି ଶୁକ୍ରବାର କେନ୍ଦ୍ରୀୟ ଟିମ୍‌ କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରି ଭୁବନେଶ୍ୱର ଫେରିଆସିବେ।

କ୍ଷୟକ୍ଷତିର ଅନୁଧ୍ୟାନ କରିବା ପରେ କେନ୍ଦ୍ରୀୟ ଟିମ୍ ଶୁକ୍ରବାର ଅପରାହ୍ନ ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ କରି ଆଲୋଚନା କରିବ। ଏହାସହ ଏନଡିଆରଏଫରୁ କେତେ ସହାୟତା ମିଳିବ ସେ ନେଇ ମଧ୍ୟ ଏହି ଟିମ୍ ସ୍ଥିର କରିବ ବୋଲି ସୂଚନା ମିଳିଛି।

Comment