ଓଡ଼ିଶାଲାଇଭ୍ ବ୍ୟୁରୋ

ଡାଇବେଟିକ୍‌ ପ୍ରଭାବିତ ଚକ୍ଷୁ ରୋଗୀଙ୍କ ପାଇଁ ସମ୍‌ ହସ୍ପିଟାଲରେ ମାଗଣାରେ ହେବ ପରୀକ୍ଷା।

ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଚକ୍ଷୁ ବିଭାଗ ଆନୁକୂଲ୍ୟରେ ନଭେମ୍ବର ୧୪ ତାରିଖ ଦିନ ବିଶ୍ୱ ମଧୁମେହ ଦିବସ ପାଳନ କରାଯିବ। ଏହି ଦିବସ ଅବସରରେ ମାଗଣାରେ ମଧୁମେହ ପ୍ରଭାବିତ ଚକ୍ଷୁ ରୋଗୀଙ୍କ ପରୀକ୍ଷା କରାଯିବ।

ଡାଇବେଟିକ୍ ରେଟିନୋପାଥି ନିରୂପଣ ଶିବିରରେ ଯେଉଁମାନେ ଦୀର୍ଘ ଦିନ ଧରି ମଧୁମେହ ରୋଗରେ ପୀଡ଼ିତ, ସେମାନେ ବିନା ମୂଲ୍ୟରେ ନିଜର ରେଟିନାକୁ ସମ୍‌ର ଚକ୍ଷୁ ବିଭାଗରେ ଚକ୍ଷୁ ବିଶେଷଜ୍ଞଙ୍କଠାରୁ ପରୀକ୍ଷା କରାଇପାରିବେ।

ଚକ୍ଷୁ ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ରେଟିନା ବା ସ୍ନାୟୁପଟଳ ଚକ୍ଷୁର ଦୃଷ୍ଟି ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମାତ୍ର ରେଟିନା ବା ସ୍ନାୟୁ ପଟଳର ସୁକ୍ଷ୍ମ ଶିରା ପ୍ରସିରା ଯେତେବେଳେ ଦୁର୍ବଳ ଓ ଆକ୍ରାନ୍ତ ହୋଇ ନିଷ୍କ୍ରିୟ ହୋଇପଡ଼େ ସେତେବେଳେ ବ୍ୟକ୍ତି ଦୃଷ୍ଟିଶକ୍ତି ହରାଇବାର ସମସ୍ୟା ଅନୁଭବ କରିଥାଏ। ଯେ କୌଣସି ବୟସରେ ମଧ୍ୟ ଚକ୍ଷୁର ରେଟିନା ସମସ୍ୟା ହେବାର ସମ୍ଭାବନା ରହିଥାଏ। ତଥ୍ୟ ଅନୁଯାୟୀ, ଯୁବାବସ୍ଥାରେ ୨୦ ପ୍ରତିଶତ ଓ ବୟସ୍କମାନଙ୍କ କ୍ଷେତ୍ରରେ ୪୦ ପ୍ରତିଶତ ଏହି ସମସ୍ୟା ଦେଖାଯାଇଥାଏ।

ଏକ ସୁସ୍ଥଜୀବନ ପାଇଁ ଚକ୍ଷୁର ସ୍ନାୟୁ ପଟଳ ବା ରେଟିନାକୁ ବର୍ଷକୁ ଥରେ ପରୀକ୍ଷା କରାଇ ନେବା ଉଚିତ୍।

ଯୋଗାଯୋଗ ପାଇଁ ମୋବାଇଲ୍ ନମ୍ବର ୯୪୩୮୨୦୦୧୪୦ ଓ  ୮୦୯୩୮୮୩୬୯୪ରେ ସମ୍ପର୍କ କରିପାରିବେ।

Comment