ଓଡ଼ିଶାଲାଇଭ୍ ବ୍ୟୁରୋ

କଳିଙ୍ଗ ସାମ୍ରାଜ୍ୟ ସମୟରେ କଳିଙ୍ଗ ରାଷ୍ଟ୍ରର ସାଧବ ପୁଅମାନେ ଏହି ଦିନ ବିଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ। ଦରିଆ ପାର ହୋଇ ସୁଦୂର ଦେଶ ବିଦେଶରେ କଳିଙ୍ଗ ସାମ୍ରାଜ୍ୟର ସାଧବ ପୁଅମାନେ ବେପାର ବଣିଜ କରି ନିଜ ଦେଶକୁ ଫେରୁଥିଲେ।

ଅତୀତରେ ବାଲୁଗାଁ ନିକଟରେ ଥିଲା ପ୍ରାଚୀନ ବଡ଼କୂଳ ବନ୍ଦର। ସେହିଠାରୁ ସାଧବ ପୁଅମାନେ ବର୍ହି ବାଣିଜ୍ୟ ପାଇଁ ଚିଲିକା ଦେଇ ସାତସମୁଦ୍ର ପାର ହୋଇ ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ମାଳଦୀପ ଆଦି ବିଦେଶକୁ ଯାଇ ବାଣିଜ୍ୟ କରି ଧନ ସମ୍ପଦ ଧରି ବାଲୁଗାଁକୁ ଫେରୁଥିଲେ। ସେହି ସ୍ମାରକୀକୁ ଜୀବୀତ ରଖିବା ପାଇଁ ପ୍ରତିବର୍ଷ ଆୟୋଜିତ ହୋଇ ଆସୁଛି ବୋଇତ ବନ୍ଦାଣ ମହୋତ୍ସବ।

ସେହିପରି ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁଠାରେ ବୋଇତ ବନ୍ଦାଣ ମହୋତ୍ସବ-୨୦୧୯ ମହାସମାରୋହ ଅନୁଷ୍ଠିତ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ରୁପେ ମନ୍ତ୍ରୀ ଅଶୋକ ପଣ୍ଡା, ଓଲିଉଡ ଅଭିନେତ୍ରୀ ଅର୍ଚିତା ଉପସ୍ଥିତ ଥିଲେ।

Comment