ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା। ଆଜିଠୁ କଟକ ବାଲିଯାତ୍ରାରେ ଲୋକଙ୍କ ଭିଡ଼ ଲାଗିବ। ଓଡ଼ିଶାର କୋଣ ଅନୁକୋଣରୁ ଏହି ବାଲିଯାତ୍ରାର ମଜା ନେବା ପାଇଁ ଲୋକେ ଆସନ୍ତି। ଯଦି ଆପଣ ବି ଏହି ବାଲିଯାତ୍ରା ବୁଲିବା ପାଇଁ କଟକ ଯାଉଛନ୍ତି ତେବେ ନିଶ୍ଚୟ ଏହି ଟିପ୍ସ ଆପଣେଇ ପାରିବେ।

  • କୌଣସି ସମୟରେ ସସମ୍ୟାର ସମ୍ମୁଖୀନ ହେଲେ ତୁରନ୍ତ ପୋଲିସର ସହାୟତା ନିଅନ୍ତୁ।
  • ଯଥାସମ୍ଭବ ଭିଡ଼ରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ।
  • ବାଲିଯାତ୍ରା ଯିବା ପୂର୍ବରୁ ଟ୍ରାଫିକ ନିୟମ ଜାଣି ନିଅନ୍ତୁ।
  • ଏହି ସମୟରେ ଆପଣ ଅନେକ ଅଜଣା ଲୋକଙ୍କୁ ଭେଟି ପାରନ୍ତି। ତେବେ ଭଣ୍ଡ ଲୋକଙ୍କୁ ବିଶ୍ୱାସ କରନ୍ତୁ ନାହିଁ।
  • ବାଲିଯାତ୍ରାରେ ବୁଲିବା ସମୟରେ ପ୍ରଦୂଷଣରୁ ବର୍ତ୍ତିବା ପାଇଁ ମାସ୍କ ବ୍ୟବହାର କରନ୍ତୁ।
  • ସାଥୀରେ ଛୋଟ ପିଲାଙ୍କୁ ନେଇଥିଲେ ସେମାନଙ୍କର ବିଶେଷ ଧ୍ୟାନ ନିଅନ୍ତୁ। କାରଣ ଅଧିଭିଡ଼ ଥିବାରୁ ପିଲା ହଜିବାର ସମ୍ଭାବନା ଯଥେଷ୍ଟ ରହିଛି।
  • ବାଲିଯାତ୍ରା ପଡ଼ିଆରେ ମିଳୁଥିବା ଖାଦ୍ୟ ଖାଆନ୍ତୁ ନାହିଁ। ଏହି ଖାଦ୍ୟ ଖାଇବା ଦ୍ୱାରା ଆପଣ ଅସୁସ୍ଥ ହୋଇପାରନ୍ତି।
  • ବାଲିଯାତ୍ରାରେ ପର୍ସ, ମୋବାଇଲ ଚୋରି ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ନିଜ ଜିନିଷକୁ ସୁରକ୍ଷିତ ଭାବେ ରଖନ୍ତୁ।
  • ସାଙ୍ଗରେ ପାଣି ବୋତଲ ନେଇକି ଯାଆନ୍ତୁ।

Comment