ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡଙ୍ଗା ଭସା ହେଲା କାଳ। ଡଙ୍ଗା ଭସାଇଲା ବେଳେ ନଦୀରେ ଗୋଡ଼ ଖସି ଯିବାରୁ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ରାୟଗଡ଼ା ନାଗାବଳୀ ନଦୀରେ  ଘଟିଛି। ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ମୃତଦେହ ଉଦ୍ଧାର ହୋଇଛି। ମୃତକ ୟୁଜିଏଫ୍‌ ଛାତ୍ର ସୁମନ ବେହେରା ଜଣାପଡ଼ିଛି।

ସେହିପୁରି ଗୁଣୁପୁର ଗୁମୁଡ଼ାରେ ବଂଶଧାରା ନଦୀରେ ବୁଡ଼ି ଆଉ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଗୁମୁଡ଼ାର ସନ୍ତୋଷ ଜେନା। ସନ୍ତୋଷ ବଡ଼ି ଭୋରରୁ ପରିବାର ସହ ଡଙ୍ଗା ଭସାଇବାକୁ ବଂଶଧାରା ନଦୀକୁ ଯାଇଥିଲେ। ଗାଧୋଇବା ବେଳେ ନଦୀରେ ବୁଡ଼ି ଯାଇଥିଲେ ସନ୍ତୋଷ। ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ।

Comment