ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାନୀ ମୁଖର୍ଜୀଙ୍କ ଅଭିନୀତ ଫିଲ୍ମ ‘ମର୍ଦ୍ଦାନୀ ୨’ର ଟ୍ରେଲର ଗୁରୁବାର ରିଲିଜ ହୋଇଛି। ଏହି ଫିଲ୍ମରେ ରାନୀ ଇନ୍ସପେକ୍ଟର ଶିବାନୀ ଶିବାଜୀ ରାଓଙ୍କ ଚରିତ୍ରରେ ଅଭନୟ କରିଛନ୍ତି। ଏକ ଦୁଷ୍କର୍ମ ମାମଲାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି, ଯାହାକି ଏକ ସତ୍ୟ ଘଟଣା ଉପରେ ଆଧାରିତ।

୨ ମିନିଟ, ୨୦ ସେକେଣ୍ଡର ଏହି ଟ୍ରେଲରରେ ରାନୀଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ୟଶରାଜ ଫିଲ୍ମର ଟୁଇଟର ହ୍ୟାଣ୍ଡେଲର ଟ୍ରେଲରକୁ ସେଆର କରାଯାଇଛି।

ଆଦିତ୍ୟ ରାୟ ଚୋପ୍ରା ଏହି ଫିଲ୍ମକୁ ପ୍ରଡ୍ୟୁସ କରିଥିବା ବେଳେ ଗୋପୀ ପୁଥରନ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଚଳିତ ବର୍ଷ ଡିସେମ୍ବର ୧୩ରେ ଫିଲ୍ମଟି ରିଲିଜ ହେବ।

Comment