ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଯୋଗୁଁ ହଷ୍ଟେଲ ଛାଡ଼ିଲେ ଛାତ୍ରୀ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକରେ। ପ୍ରଧାନ ଶିକ୍ଷକଙ୍କ ଅସଦାଚରଣର ଶିକାର ହୋଇ ୧୫ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ନିକଟସ୍ଥ ଗାଁକୁ ପଳାଇଛନ୍ତି।

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ଆବାସିକାରେ ଏଭଳି ଘଟଣା ଘଟିଛି। ପ୍ରଧାନଶିକ୍ଷକ ଜଣକ ନିୟମିତ ଆବାସିକାରେ ଛାତ୍ରୀମାନଙ୍କୁ ଅସଦାଚରଣ କରୁଥିଲେ। ହେଲେ ଶୁକ୍ରବାର ରାତିରେ ଏଥିରେ ଅତିଷ୍ଠ ହୋଇ ୪୦ ଜଣ ଛାତ୍ରୀରୁ ୧୫ ଜଣ ହଷ୍ଟେଲ ଛାଡ଼ି ଦେଇଥିଲେ।

ହଷ୍ଟେଲ ଛାଡ଼ି ସେମାନେ ପାଖରେ ଥିବା ଏକ ଗାଁରେ ଶରଣ ପଶିଥିଲେ। ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଛାତ୍ରୀମାନଙ୍କୁ ବୁଝାସୁଝା କରି ହଷ୍ଟେଲରେ ଛାଡ଼ିଥିଲେ।

Comment