ଓଡ଼ିଶାଲାଇଭ୍‌ ବ୍ୟୁରୋ  

ରାଉରକେଲାରେ ପାଗଳ କୁକୁରଙ୍କ ଆତଙ୍କ। ଶନିବାର ପାଗଳ କୁକୁରଙ୍କ କାମୁଡ଼ାରେ ୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଶନିବାର ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଶନିବାରଠାରୁ ରାଉରକେଲା ଡେଲି ମାର୍କେଟରେ କିଛି ପାଗଳ କୁକୁର ଆତଙ୍କ ସୃଷ୍ଟି କରିଛନ୍ତି। ଶନିବାର ୨୫ ଜଣଙ୍କୁ କାମୁଡ଼ି ଥିବା ବେଳେ ରବିବାର ୫ ଜଣ କୁକୁର କାମୁଡ଼ାରେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବୟସ୍କ ଓ ଛୋଟ ପିଲା ମଧ୍ୟ ଅଛନ୍ତି।

Comment