ଓଡ଼ିଶାଲାଇଭ୍ ବ୍ୟୁରୋ

mo bus fleet CRUT

ଶ୍ରେଷ୍ଠ ସହରାଞ୍ଚଳ ବସ୍‌ ସେବା ପାଇଁ ‘ମୋ ବସ୍‌’କୁ ମିଲିଲା ‘ଶ୍ରେଷ୍ଠ ସିଟି ବସ୍‌’ ପୁରସ୍କାର। ଲକ୍ଷ୍ନୌରେ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ୧୨ତମ ଅର୍ବାନ୍‌ ମୋବିଲିଟି ଇଣ୍ଡିଆ କନ୍‌ଫରେନ୍ସ-୨୦୧୯ କାର୍ଯ୍ୟକ୍ରମରେ ମୋ ବସ୍‌କୁ ପୁରସ୍କୃତ କରାଯାଇଛି।

ନଭେମ୍ବର ୬ ତାରିଖରେ ମୋ ବସ୍‌କୁ ୧ ବର୍ଷ ପୂରଣ ହୋଇଛି। ଏହି ଗୋଟେ ବର୍ଷ ଯାତ୍ରା ମଧ୍ୟରେ ମୋ ବସ୍‌ ଉଦାହରଣ ପାଲିଟିଛି।

ନଭେମ୍ବର ୬, ୨୦୧୮ରେ ମୋ ବସ୍‌ ସେବା ଆରମ୍ଭ ହୋଇଥିଲା। ଉଦ୍‌ଘାଟନୀ ଅବସରରେ ପ୍ରଥମ ମୋ ବସ୍‌ ଭୁବନେଶ୍ୱରରୁ କଟକ ଯାଏଁ ଗଡ଼ିଥିଲା। ବର୍ତ୍ତମାନ ମୋ ବସ୍‌ର ୨୦୦ଟି ବସ୍‌ ୨୧ଟି ରୁଟ୍‌ରେ ଦିନକୁ ୮୫ହଜାର ଯାତ୍ରୀଙ୍କୁ ନେବା ଆଣିବା କରୁଛି।

ଏହାସହ ଯାତ୍ରୀମାନଙ୍କ ଉଚିତ ମୂଲ୍ୟରେ ଅତ୍ୟାଧୁନିକ ସୁବିଧା ଯୋଗାଇ ପାରୁଛି ମୋ ବସ୍‌। ମୋ ବସ୍‌ରେ ଥିବା ଡିଜିଟାଲ ବ୍ୟବସ୍ଥା, ମାଗଣା ଓ୍ୱାଇଫାଇ ଯାତ୍ରୀମାନେ ଲାଭ ଉଠାଇପାରୁଛନ୍ତି।

Comment