ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଗୁଲ ପକ୍ଷରୁ ସାଓମିର ‘କୁଇକ ଆପ’କୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି। ୟୁଜର୍ସଙ୍କ ଡାଟାର ନିରାପତ୍ତା ପାଇଁ ଗୁଗଲ ଏହି ପଦକ୍ଷେପ ଗ୍ରହଣ କରିଛି। ନିକଟରେ ସାଓମିର କିଛି ଗ୍ରାହକ ଟୁଇଟର ଓ ରେଡ୍ଡିଟରେ କୁଇକ ଆକ୍ସେସ ଆପ ବ୍ଲକ ହୋଇଥିବା ଜାଣିପାରିଛନ୍ତି। ଯେତେବେଳେ ମୋବାଇଲ ବ୍ୟବହାରକାରୀମାନେ ସିଷ୍ଟମ ଆପରେ ଅପଡେଟ ମାରୁଛନ୍ତି, ଗୁଗଲ ପକ୍ଷରୁ ସୂଚନା ମିଳୁଛି।

ଯେ ଆପଣଙ୍କ ଡାଟାର ଟ୍ରାକ କରାଯାଉ ଥାଇପରେ। ୧୪ ନଭେମ୍ବରରେ  ଗୁଗଲ ପ୍ଲେ ଷ୍ଟୋରର ଅପଡେଟ ବେଳେ ସାଓମିର ଆପକୁ ବ୍ଲକ କରିଦିଆଯାଇଥିଲା।

ଯଦିଓ ଆନୁଷ୍ଠାନିକ ଭାବେ ଗୁଗୁଲ ପକ୍ଷରୁ ଏହି ପଦକ୍ଷେପ ସମ୍ପର୍କରେ କିଛି କୁହାଯାଇନାହିଁ, ତେବେ ନିକଟରେ ପ୍ରକାଶିତ ଏକ ରିପୋର୍ଟକୁ ଭିତ୍ତି କରି ଗୁଗୁଲ ଏହା କରିଛି। ସାଓମି ଗ୍ରାହକଙ୍କ ବିନା ଅନୁମତିରେ ଡାଟା ଚୋରି କରୁଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଅବଶ୍ୟ ସାଓମିର ଇକୋସିଷ୍ଟମରେ ଏହି ଆପଟି ଏବେ ବି ଦେଖିବାକୁ ମିଳୁଛି। କିନ୍ତୁ ଆପଣ ଏହି ଆପକୁ ଅନଇନ୍ସଟଲ କରିପାରିବେ ନାହିଁ। ଏହାର କାରଣ ଆଣ୍ଡ୍ର ଏଡ଼ ଅପରେଟିଙ୍ଗ ସିଷ୍ଟମ ପ୍ରଭାଇଡ଼ର ହୋଇଥିବା କାରଣରୁ ଗୁଗଲ ସବୁ ଆପକୁ  ପ୍ରଥମେ ସ୍କାନ କରିଥାଏ।

Comment