ଓଡ଼ିଶାଲାଇଭ୍ ବ୍ୟୁରୋ

ସିଙ୍ଗାପୁର ଓଡ଼ିଆ ସାମଜର ନୂତନ କାର୍ଯ୍ୟକାରିଣୀ ସମିତିର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ୍‌ ୧୧ ଜଣ କର୍ମକର୍ତ୍ତା ନିର୍ବାଚିତ ହୋଇଥିବା ବେଳେ ଏହାର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଆଲୋକ ପଣ୍ଡା।

ସମିତି ସହ ଜଡ଼ିତ ବିଶେଷଜ୍ଞ ଏଲ୍‌ ଏଚ୍‌ ଓଙ୍ଗଙ୍କ ଉପସ୍ଥିତିରେ ନଭେମ୍ବର ୨ ତାରିଖରେ ଏକ ସାଧାରଣ ବୈଠକର ଆୟୋଜନ ହୋଇଥିଲା। ବୈଠକରେ ସବ୍ୟସାଚୀ ମିଶ୍ର ଅଧ୍ୟକ୍ଷତା କରି ନୂଆ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିଥିଲେ।

ଏହାର ଉପସଭାପତି ଭାବେ ସୁବ୍ରତ ନାୟକ, ସମ୍ପାଦକ ପଦରେ ଶୁଭଦିପ୍ତ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି। ସେହିପରି ସହସମ୍ପାଦକ ଭାବେ ବିଭୂତି ମଲ୍ଲିକ ଏବଂ କୋଷାଧ୍ୟକ୍ଷ ଭାବେ ଧର୍ମ ଅଚାର୍ଯ୍ୟ ନୂଆକରି ନିର୍ବାଚିତ ହୋଇଛନ୍ତି।

ଏହାସହ ରିଲା ପାତ୍ର, ସ୍ଵାଗତିକା ମିଶ୍ର, ପ୍ରସନ୍ନ ଜେନା, ସୌମ୍ୟ  ସିଂ, ରୂପକ  ସାହୁ ଓ ପ୍ରତ୍ୟୁଷ ହୋତା ନାମକ ୬ ଜଣ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ବିତ୍ତ ବିଭାଗ ପରୀକ୍ଷକ ଭାବେ ସୌମ୍ୟ ପାଲ୍‌ ଓ ରଞ୍ଜନ ସାହୁ ନିର୍ବାଚିତ ହୋଇଛନ୍ତି।

Comment