ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଏଭଳି ଲଜ୍ଜାଜନକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅଞ୍ଚଳରେ। ଏନେଇ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ନିକିରାଇ ଥାନା ଅଞ୍ଚଳର ପପୁ ଦାସ୍‌।

ନଭେମ୍ଵର ୧୮ ତାରିଖରେ ସନ୍ଧ୍ୟା ୫ଟା ସମୟରେ ଜଣେ ୧୧ ବର୍ଷିୟା ନାବାଳିକା ଶୌଚ ପାଇଁ ଯାଇଥିଲେ। ସେହି ସମୟରେ ସେହି ଗାଁର ପପୁ ଦାସ ନାମକ ଜଣେ ଯୁବକ ନାବାଳିକାଙ୍କୁ ସେଠାରେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମା।

ନିକିରାଇ ଥାନା ପୋଲିସ ଏହି ଘଟଣାରେ ଆଜି ଅଭିଯୁକ୍ତ ପପୁ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପପୁ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡର ୩୫୪ ‘ଏ’ ଓ ପକ୍ସୋ ଭଳି ସଙ୍ଗିନ ଦଫା ଲଗାଯାଇଛି। କେନ୍ଦ୍ରାପଡା ଏସଡିଜେଏମ୍ ପପୁର ଜାମିନ ଆବେଦନକୁ ଖାରଜ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Comment