ଓଡ଼ିଶାଲାଇଭ୍‌ ବ୍ୟୁରୋ 

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ବିଷମକଟକରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ପଡ଼ିଲା ତାଲା। ତାଲା ପକାଇଛନ୍ତି ଘର ମାଲିକ। ଏହାସହ ବ୍ୟାଙ୍କ ଭିତରେ ୬ କର୍ମଚାରୀ ଅଟକ ଥିଲେ। ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘର ମାଲିକଙ୍କୁ ବୁଝାସୁଝା କରିଥିଲେ।

ବିଷମକଟକରେ ଥିବା ଷ୍ଟେଟ ବ୍ୟାଙ୍କ ଓ ଘର ମାଲିକଙ୍କ ମଧ୍ୟରେ ୬ମାସ ପାଇଁ ଚୁକ୍ତି ହୋଇଥିଲା। ହେଲେ ବର୍ତ୍ତମାନ ତାହା ଶେଷ ହୋଇଯାଇଛି। ଘର ମାଲିକ ବାରମ୍ବାର ବ୍ୟାଙ୍କ ମ୍ୟାନେଜରଙ୍କୁ ଘର ଖାଲି କରିବା ପାଇଁ ଅବଗତ କରିଥିଲେ ମଧ୍ୟ ବ୍ୟାଙ୍କ ମ୍ୟାନେଜର ଘର ଖାଲି କରିନଥିଲେ। ଶେଷରେ ଘର ମାଲିକ ବାଧ୍ୟ ହୋଇ ବ୍ୟାଙ୍କରେ ତାଲା ପକାଇଥିବା କହିଛନ୍ତି।

ଅନ୍ୟପକ୍ଷରେ ବ୍ୟାଙ୍କକୁ ଆସୁଥିବା ଗ୍ରାହକ ଦୀର୍ଘ ଦୁଇ ଘଣ୍ଟା ଅପେକ୍ଷା କରି ନାହିଁ ନଥିବା ହଇରାଣ ହେଉଛନ୍ତି। ବ୍ୟାଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି  ସ୍ଥିତି ଉପରେ ନଜର ରଖିଛି।

LEAVE A REPLY

Please enter your comment!
Please enter your name here