ଓଡ଼ିଶାଲାଇଭ୍ ବ୍ୟୁରୋ

ଘରେ ହିଁ ପ୍ରସ୍ତୁତ କରନ୍ତୁ ପତ୍ର ପୋଡ଼ା ମାଛ। ୪ ପିସ୍‌ କଣ୍ଟା ନଥିବା ମାଛରେ ଏହାକୁ ପ୍ରସ୍ତୁତ କରିପାରିବେ।

ମାଛକୁ ଭଲ ଭାବରେ ଧୋଇ ଦିଅନ୍ତୁ। ମାଛରେ ହଳଦୀ ଅଧ ଛୋଟ ଚାମଚ, ଅଧ ଚାମଚ ଲୁଣ, ଏକ ଚତୁର୍ଥାଂଶ ଲେମ୍ବୁ ରସ ପକାଇ ଭଲ ଭାବରେ ମାଛକୁ ଗୋଳାଇ ୧୦ ମିନିଟ୍‌ ପାଇଁ ଛାଡ଼ିଦିଅନ୍ତୁ।

ଗୋଟେ ପ୍ୟାନ୍‌ ବା କଡ଼େଇକୁ ଗ୍ୟାସ୍‌ ଉପରେ ରଖି ଏଥିରେ ଦେଢ଼ ଚାମଚ ସୋରିଷ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ ୧ଚାମଚ ସୋରିଷ, ଭୃସୁଙ୍ଗା ପତ୍ର ୧୫ଟି, ଗୋଟେ ଚାମଚ ଅଦା ରସୁଣ ମସଲା ପକାଇ ମିଶାନ୍ତୁ। ଏହାପରେ ଗୋଟେ ଛୋଟ ପିଆଜକୁ କାଟି ପକାନ୍ତୁ। ପିଆଜ ନରମିଲା ଯାଏଁ ଗୋଳାନ୍ତୁ। ଏହି ସମୟରେ ଗ୍ୟାସ୍‌ର ଜାଳ ମଧ୍ୟମ ରଖନ୍ତୁ। ଏହାପରେ ଟମାଟୋ ରସ ବା ଟମାଟୋ କେଚ୍‌ଅପ୍‌ ପକାଇ ୧ରୁ ୩ ମିନିଟ୍‌ ଯାଏଁ ମିଶାନ୍ତୁ। ଲୁଣ ସ୍ୱାଦ ଅନୁୟାୟୀ ପକାଇବେ।

ବର୍ତ୍ତମାନ ଏକ କଦଳୀ ପତ୍ର ଆଣି ଚାରିକଣିଆ କରି କାଟି ଦିଅନ୍ତୁ। ଯେପରି ମାଛ ସେହି କଦଳୀ ପତ୍ର ଭିତରେ ଜାଗା ହେବ। ସେହି ପତ୍ରରେ କରିଥିବା ମସଲାକୁ ରଖନ୍ତୁ ଏବଂ ପୂର୍ବରୁ ମ୍ୟାରିନେଟ୍‌ କରିଥିବା ଗୋଟେ ମାଛ ରଖି ଏହା ଉପରେ ପ୍ରସ୍ତୁତ କରିଥିବା ମସଲା ପୁଣି ରଖନ୍ତୁ। ଏହାପରେ ପତ୍ରକୁ ଚାରିପଟୁ ଭାଙ୍ଗି ଦିଅନ୍ତୁ।

ଏବେ ଗ୍ୟାସ୍‌ରେ ଆଉ ଏକ ପ୍ୟାନ୍‌ ବସାନ୍ତୁ। ଏଥିରେ ମାଛ ଭାଜି ହେବା ଭଳି ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ ସେଥିରେ କଦଳୀ ପତ୍ରରେ ଗୁଡ଼ା ହୋଇଥିବା ମାଛକୁ ଭାଜନ୍ତୁ। ୪ରୁ ୫ ମିନିଟ୍‌ ପରେ ମାଛ ହୋଇଯିବ। ଏହାକୁ ପ୍ୟାନ୍‌ରୁ କାଢ଼ି ଦେବେ। ଶେଷରେ ପତ୍ରରୁ କାଢ଼ି ଲେମ୍ବୁ ରଖି ସଜେଇ ପାରିବେ।

Comment