ଓଡ଼ିଶାଲାଇଭ୍ ବ୍ୟୁରୋ

ସମୁଦ୍ରରୁ ଏକ ବିରଳ ପ୍ରଜାତିର ମାଛ ଧରିଛନ୍ତି କେନ୍ଦ୍ରାପଡ଼ା ରାଜନଗର ବ୍ଲକ ତାଳରୁଆ ଅଞ୍ଚଳର କିଛି ମତ୍ସ୍ୟାଜୀବୀ। ମାଛଟି ଦେଖିବାକୁ ଲମ୍ବା ହୋଇଥିବା ବେଳେ ମାଛର ମୁହଁ ଥଣ୍ଟ ସଦୃଶ ହୋଇଛି। ଏହି ମାଛକୁ ମୟୂର ମାଛ ବୋଲି କୁହାଯାଉଛି। ଏହି ମାଛ ଦାମ ୨ ଲକ୍ଷ ଟଙ୍କା ରଖାଯାଇଛି।

ଆଜି ତାଳଚୁଆ ଅଞ୍ଚଳରେ କିଛି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ବୋଟ୍‌ ନେଇ ଯାଇଥିଲେ। ସେଠାରେ ଜଣକ ଜାଲରେ ଏହି ବିରଳ ପ୍ରଜାତିର ମତ୍ସ୍ୟଜୀବୀ ଧରାପଡ଼ିଥିଲା।

ଏହି ବିରଳ ମାଛଟିର ଓଜନ ୨୦ କେଜି ହୋଇଥିବାରୁ ଏହାର ଦାମ୍‌ ୨ ଲକ୍ଷ ଟଙ୍କା ହେବ ବୋଲି ମୂଲଚାଲ କରାଯାଇଛି। ମାଛଟିର ଦାମ କିଲୋ ପ୍ରତି ୧୦ ହଜାର ଟଙ୍କା ହେବ।

Comment