ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୃଷ୍ଟିଶକ୍ତି ପାଇଁ ଚୂନାମାଛ ଅଧିକ ଲାଭଦାୟକ।

ଚୂନାମାଛ ଶରୀର ପାଇଁ ବେଶ୍‌ ଉପକାରୀ। ମଣିଷର ପାଞ୍ଚଟି ଇନ୍ଦ୍ରିୟ ମଧ୍ୟରେ ଦୃଷ୍ଟି ସବୁଠୁ ମହତ୍ୱପୂର୍ଣ୍ଣ। କିନ୍ତୁ ଅଧିକାଂଶ ଲୋକ ଏହି ବିଷୟରେ ଅବଗତ ନଥାନ୍ତି କି ଆଖିକୁ କିପରି ସୁରକ୍ଷିତ ରଖାଯାଇ ପାରିବ। ସାଧାରଣତଃ ଲୋକ କମ୍ପ୍ୟୁଟର ସାମ୍ନାରେ ବା ମୋବାଇଲକୁ ସବୁବେଳେ ଅନେଇ ରହିଥାନ୍ତି। ଏହାର ଗମ୍ଭୀର ପରିଣାମ ଆମ ଦୃଷ୍ଟିକୁ ପ୍ରଭାବିତ କରିଥାଏ। ନିଜ ଆଖି ଏବଂ ଦୃଷ୍ଟିଶକ୍ତିକୁ ସୁଧାରିବା ପାଇଁ ଖାଦ୍ୟର ମହତ୍ୱ ଅଧିକ।

ଅଧିକାଂଶ ଲୋକ ଭାବିଥାନ୍ତି କି ବୟସ ବଢ଼ିବା ସହ ଦୃଷ୍ଟିଶକ୍ତି କମିଥାଏ। କିନ୍ତୁ ଦୃଷ୍ଟିଶକ୍ତି କମିବାର କାରଣ ଅନେକ ଥାଏ। ଦୃଷ୍ଟିକୁ ସୁସ୍ଥ ଖାଦ୍ୟପଦାର୍ଥରେ ଠିକ୍‌ କରାଯାଇ ପାରିବ।

ବିଶେଷଜ୍ଞଙ୍କ କହିବା ଅନୁସାରେ ନିୟମିତ ଚୂନାମାଛ ଖାଇବା ଦ୍ୱାରା ଦୃଷ୍ଟିଶକ୍ତିରେ ପରିବର୍ତ୍ତନ ହୋଇଥାଏ।

ଡ୍ରାଇ ଆଇ ସିଣ୍ଡ୍ରୋମ

ଚୂନାମାଛ ଖାଇବା ଦ୍ୱାରା ଡ୍ରାଇ ଆଇ ସିଣ୍ଡ୍ରୋମରୁ ରକ୍ଷା ପାଇପାରିବେ। ଏହି ପ୍ରଭାବରେ ଆଖି ନାଲି ପଡ଼ିଥାଏ। ମାଛରେ ଓମେଗା-୩ ଫ୍ୟାଟି ଏସିଡ୍‌ ଭରପୂର ମାତ୍ରାରେ ଥାଏ ଯାହା ଆଖିକୁ ସୁସ୍ଥ ରଖିଥାଏ।

ମୋତିଆ ବିନ୍ଦୁ

ମୋତିଆ ବିନ୍ଦୁ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ନିୟମିତ ଭାବେ ଚୂନାମାଛ ଖାଇବା ଦ୍ୱାରା ଏଭଳି ସମସ୍ୟାରୁ ଦୂରେଇ ରହିବେ। ମାଛରେ ଓମେଗା-୩ ଫ୍ୟାଟି ଏସିଡ୍‌ ଥିବାରୁ ଏହା ମୋତିଆବିନ୍ଦୁକୁ ରୋକିଥାଏ।

ଗର୍ଭବତୀ ମାଆର ଖାଦ୍ୟରେ ପର୍ଯ୍ୟାପ୍ତ ମାତ୍ରାରେ ଓମେଗା-୩ ଫ୍ୟାଟି ଏସିଡ୍‌ ନିହାତି ଆବଶ୍ୟକ। ଏହାଦ୍ୱାରା ଗର୍ଭରେ ଥିବା ଶିଶୁର ଦୃଷ୍ଟି ବିକାଶରେ ଫାଇଦା ମିଳିଥାଏ। ଦୃଷ୍ଟିଶକ୍ତି ପାଇଁ ଚୂନାମାଛ ବେଶ୍‌ ଲାଭଦାୟକ।

ଆଖିର ରେଟିନା ପାଇଁ ଫ୍ୟାଟି ଏସିଡ୍‌ ଲାଭଦାୟକ। ପ୍ରତିଦିନ ଚୂନାମାଛ ଖାଇଲେ ମସ୍ତିଷ୍କ ସୁସ୍ଥ ରହିଥାଏ। ଏହି ସପ୍ଲିମେଣ୍ଟ ନେବା ଦ୍ୱାରା ରେଟିନା ସୁସ୍ଥ ରହିଥାଏ। ଏହା ବିଭିନ୍ନ ଆଲର୍ଜିରୁ ବି ରକ୍ଷା କରିଥାଏ।

ଚୂନାମାଛ ଖାଇବା ଯୋଗୁଁ ଗ୍ଲାକୋମାର ଆଶଙ୍କା କମ୍‌ ଥାଏ।

ଯଦି ଆଖିକୁ ଝାପ୍ସା ଦେଖା ଯାଉଛି ତେବେ ମାଛ ବା ମାଛ ତେଲ ଲାଭଦାୟକ। ମାଛ ତେଲରେ ଓମେଗା-୩ ଫ୍ୟାଟି ଏସିଡ୍‌ ପ୍ରଚୁର ପରିମାଣରେ ଥାଏ। ମାଛ ଆଖିର ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ।

Comment