ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାଲରେ ପଡ଼ିଲା ଏକ ବିରଳ ପ୍ରଜାତିର ମାଛ। ଏହାର ଓଜନ ପ୍ରାୟ ୨ କ୍ଵିଣ୍ଟାଲ ହୋଇଥିବା ଜଣାପଡ଼ିଛି। ପାରାଦୀପ ସମୁଦ୍ରରୁ ମତ୍ସଜୀବୀଙ୍କ ଜାଲରେ ପଡ଼ିଛି ଏଭଳି ବିରଳ ପ୍ରଜାତିର ମାଛ। ଏହାର ଥଣ୍ଟ କାଉ ଭଳି ଲମ୍ଵା ହୋଇଥିବାରୁ ଏହାକୁ କାଉ ମାଛ ବୋଲି କୁହାଯାଉଛି।

ଏହି ମାଛ ଧରିବା ପରେ ମତ୍ସଜୀବୀମାନେ ଏହାକୁ ନେଇ ଅଠରବାଙ୍କିର ବାଲିପ୍ଲଟ ନିକଟ ମାଛ ବଜାରରେ ନିଲାମ ଲଗାଇଛନ୍ତି। ଏହି ମାଛର ବଜାର ମୂଲ୍ୟ ୩୦ ହଜାର ଟଙ୍କା ରଖାଯାଇଛି। ଏହି ମାଛକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

କେରଳ ସମେତ ଅନ୍ୟ ରାଜ୍ୟରେ ଏହା ମାଛର ଚାହିଦା ଅଧିକ ରହିଛି। ପୂର୍ବରୁ ମଧ୍ୟ ଏଭଳି ମାଛ ଧରାଯାଇଛି ହେଲେ ଏହାର ଆକାର ପୂର୍ବରୁ ଧରାପଡ଼ିଥିବା ମାଛଠୁ ବହୁତ ବଡ଼।

Comment