ଓଡ଼ିଶାଲାଇଭ୍ ବ୍ୟୁରୋ
କୋଲକାତାର ଇଡେନ୍ ଗାର୍ଡେନ୍ରେ ଚାଲିଥିବା ପିଙ୍କ୍ ବଲ୍ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ପ୍ରଥମ ଇଂନିସରେ ୬୮ ରନର ଲିଡ୍ ନେଇଛି।
ଶୁକ୍ରବାରଠାରୁ କୋଲାକାତାର ଇଡେନ୍ ଗାର୍ଡେନରେ ଐତିହାସିକ ପିଙ୍କ୍ ବଲ୍ ଟେଷ୍ଟ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭାରତୀୟ ପେସ୍ ବୋଲରମାନଙ୍କ ରାଜୁତି ଦେଖିବାକୁ ମିଳିଥିଲା। ଭାରତୀୟ ପେସ୍ ବୋଲରଙ୍କ ଚମତ୍କାର ବୋଲିଂରେ ବାଂଲାଦେଶ ମାତ୍ର ୧୦୬ ରନରେ ଅଲଆଉଟ୍ ହୋଇଯାଇଥିଲା। ଟିମ୍ ଇଣ୍ଡିଆର ଇଶାନ୍ତ ଶର୍ମା ସର୍ବାଧିକ ୫ଟି ୱିକେଟ୍ ନେଇଛନ୍ତି।
A memorable day for #TeamIndia at the #PinkBallTest.
After bundling out Bangladesh for 106 runs, the batsmen put up a total of 174/3 at Stumps on Day 1.@Paytm #INDvBAN pic.twitter.com/G6o23IUET3
— BCCI (@BCCI) November 22, 2019
ଜବାବରେ ଭାରତୀୟ ଦଳ ଭଲ ଆରମ୍ଭ କରିଥିଲା। ତେବେ ଦଳୀୟ ସ୍କୋର ୨୬ ରନରେ ଟିମ୍ ଇଣ୍ଡିଆର ଓପନର ମୟଙ୍କ ଅଗ୍ରୱାଲଙ୍କୁ ହରାଇଥିଲା। ଏହାପରେ ରୋହିତ ମଧ୍ୟ ବଡ଼ ସ୍କୋର କରିନପାରି ମାତ୍ର ୨୧ ରନରେ ଇବାଦତ୍ ହୁସେନଙ୍କ ଶିକାର ହୋଇଥିଲେ। ଏହାପରେ ଭାରତୀୟ ବ୍ୟାଟିଂର ମଙ୍ଗ ଧରିଥିଲେ ଅଧିନାୟକ କୋହଲି ଏବଂ ଚିତେଶ୍ୱର ପୂଜାରା।
ଦୁହିଁଙ୍କ ଚମତ୍କାର ସଟ୍ ଖେଳି ଭାରତର ବ୍ୟାଟିଂ ମଜବୁତ କରାଇଥିଲେ। ହେଲେ ଅର୍ଦ୍ଧଶତକ ମାରି ସାରିବା ପରେ ପୂଜାରା ୫୫ ରନ୍ରେ ଇବାଦତ୍ ହୁସେନଙ୍କ ଦ୍ୱିତୀୟ ଶିକାର ହୋଇ ପାଭିଲିୟନ ଫେରିଥିଲେ।
ତେବେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କୋହଲି ନିଜର ଅର୍ଦ୍ଧଶତକ ପୂରଣ କରି ୫୯ ରନ୍ ସଂଗ୍ରହ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ ୨୩ ରନ କରିଛନ୍ତି। ଫଳରେ ଟିମ୍ ଇଣ୍ଡିଆ ପ୍ରଥମ ଦିନରେ ୧୭୪ ରନ୍ରେ ୩ଟି ୱିକେଟ୍ ହରାଇ ବାଂଲାଦେଶଠାରୁ ୬୮ ରନ୍ରେ ଆଗୁଆ ରହିଛି।