ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ଜିଲ୍ଲା ଲଖନପୁରରୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ରେ ଆଜି ସକାଳେ ନିଆଁ ଲାଗିଯାଇଥିଲା। ଟ୍ରେନ୍‌ର ଏକ ଡବାରୁ ଧୁଆଁ ବାହାରୁଥିବା ହୀରାକୁଦ ଷ୍ଟେସନ୍‌ ପାଖରେ ଜଣାପଡ଼ିଥିଲା। ଏହା ଜାଣିବା ପରେ ବରଗଡ଼ା ଜିଲ୍ଲା ଗୋଡ଼ଭଗା ଷ୍ଟେସନ୍‌କୁ ଯୋଗାଯୋଗ କରାଯାଇ ଷ୍ଟେସନ୍‌କୁ ଅଟକା ଯାଇଥିଲା।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ସମ୍ଭାବ୍ୟ ବିପଦରୁ ବର୍ତ୍ତି ଯାଇଛି।

ମାଲବାହୀ ଟ୍ରେନ୍‌ଟି ଲଖନପୁରରୁ ବାହାରି ଆନ୍ଧ୍ରପ୍ରଦେଶ ବିଜୟଓ୍ୱାଡ଼ା ଯାଉଥିଲା। ତେବେ କେଉଁ କାରଣରୁ ଟ୍ରେନ୍‌ରେ ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ।

Comment