ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରେ ଯୋଗ ଦେଲେ ବିଶିଷ୍ଟ ରାଜନୀତିଜ୍ଞ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି। ଶନିବାର ସିକ୍ତା ନବୀନ ନିବାସ ଯାଇ ବିଧିବଦ୍ଧ ଭାବେ ବିଜେଡି ଦଳରେ ମିଶିଛନ୍ତି। ସିକ୍ତା ପତି ହେଉଛନ୍ତି ପ୍ୟାରୀମୋହନ ମହାପାତ୍ରଙ୍କ ବଡ଼ ଝିଅ।
ସ୍ୱର୍ଗତ ପ୍ୟାରୀମୋହନ ଥିଲେ ବିଜୁ ଜନତା ଦଳର ମାର୍ଗଦର୍ଶକ। ୨୦୧୨ ମସିହା ମେ’ ୨୯ ତାରିଖରେ ମିଡ୍ ନାଇଟ୍ ଅପରେସନ୍ ଅଭିଯୋଗରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ବିଜେଡି ଦଳରୁ ବାହାରିବା ପରେ ସେ ଓଡ଼ିଶା ଜନ ମୋର୍ଚ୍ଚା ନାମକ ଏକ ଦଳ ଗଠନ କରିଥିଲେ। ତେବେ ଦୀର୍ଘ ଦିନର ଅସୁସ୍ଥତା ପରେ ୨୦୧୭ ମାର୍ଚ୍ଚ ୧୯ରେ ପ୍ୟାରୀମୋହନ ମହାପାତ୍ର ପ୍ରାଣ ହରାଇଥିଲେ।


















