ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୌସେନା ସପ୍ତାହ ଅବସରରେ ଦୁଇଟି ଯୁଦ୍ଧ ଜାହାଜ ପାରାଦୀପ ବନ୍ଦରରେ ଲାଗିଛି। ଜାହାଜ ଦୁଇଟିର ନାଁ ହେଉଛି ଆଇଏନ୍‌ଏସ୍‌ ଘରିଆ’ ଓ ‘ଆଇଏନ୍‌ଏସ୍‌ ରାଣା’। ରବିବାର ଓ ସୋମବାର ଏହି ଦୁଇଟି ଜାହାଜ ପାରାଦୀପ ବନ୍ଦରରେ ରହିବେ।

ଶନିବାର ରାତିରେ ଆଇଏନ୍‌ଏସ୍‌ ଘରିଆଲ୍‌ ଯୁଦ୍ଧ ଜାହାଜ ପାରାଦୀପ ବନ୍ଦରରେ ଲାଗିଥିବା ବେଳେ ଆଇଏନ୍‌ଏସ୍‌ ରାଣା ରବିବାର ସକାଳେ ଲାଗିଛି। ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାଗଣାରେ ବୁଲି ଏହି ଯୁଦ୍ଧ ଜାହାଜ ଦେଖିପାରିବେ।

ଯୁଦ୍ଧ ଜାହାଜ ଦେଖିବା ପାଇଁ ଆସୁଥିବା ବ୍ୟକ୍ତି ସାଙ୍ଗରେ ନିଜର ପରିଚୟପତ୍ର ଆଣି ପାରାଦୀପ ଜୟଦେବ ସଦନ ନିକଟରେ ପହଞ୍ଚିବେ। ସେଠାରୁ ସେମାନଙ୍କୁ ବସ୍‌ ଯୋଗେ ୪ ନମ୍ଵର ଫାଟକ ଦେଇ ଜାହାଜ ପାଖକୁ ନିଆଯିବ ବୋଲି ସୂଚନା ମିଳିଛି।

Comment