ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ):  ରାୟଗଡ଼ାରେ ଦୁର୍ଦ୍ଦାନ୍ତ ଅପରାଧୀ ଏଚ୍‌ ଶିବାକୁ ଏନକାଉଣ୍ଟର କରିଛି ପୋଲିସ୍। ରାୟଗଡ଼ା ଟାଉନ୍ ଥାନା ପୋଲିସ ଏନକାଉଣ୍ଟରରେ ଅପରାଧି ଏଚ ଶିବା ଆହତ ହୋଇଛି। ଶିବାର ବାମ ଗୋଡରେ ଗୁଳି ଲାଗିଥିଲା ବେଳେ, ଗୁରୁତର ଅବସ୍ଥାରେ ତାକୁ ରାୟଗଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଶିବା ନାଁରେ ୫୦ରୁ ଅଧିକ ଅପରାଧିକ ମାମଲା ରହିଥିବା ପୋଲିସ କହିଛି । ରବିବାର ମଧ୍ୟରାତ୍ରିରେ ସାଙ୍କେସ ମନ୍ଦିର ନିକଟରେ ପୁଲିସ ଚଢ଼ାଉ କରିଥିଲା। ପ୍ରଥମେ ଶିବା ପୋଲିସ ଉପରକୁ ଗୁଳି ଚଲାଇବା ପରେ ପୁଲିସ ପାଲଟା ଗୁଳି ଚଲାଇ ଥିଲା।

ଗତ ୧୯ ତାରିଖ ଦିନ ସୋନପୁର ଜିଲ୍ଲାର ବିଭୁତୀ ପୂଜାରୀଙ୍କୁ ଟ୍ରେନରେ ଯାତ୍ରା କରୁଥିବା ବେଳେ ଶିବା ଓ ତା’ର ସହଯୋଗୀ ଅପହରଣ କରିନେଇଥିଲେ।  ସଂପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲା। ଏନେଇ ଥାନାରେ ଏତଲା ହେବା ପରେ ପୁଲିସ ୬ ଜଣକୁ ଗିରଫ୍ କରିଥିବା ବେଳେ ଶିବା ଫେରାର୍ ଥିଲା।

Comment