ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଇବର କ୍ରାଇମ ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ସରକାର। ଏଥିପାଇଁ ୧ ହଜାର ପୋଲିସ କର୍ମଚାରୀଙ୍କୁ ସାଇବର ଟ୍ରେନିଂ ଦିଆଯିବ। ଏନେଇ ପୋଲିସ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ଏହି ଟ୍ରେନିଂ ଡିସେମ୍ଵରରୁ ଆରମ୍ଭ ହେବ।

ପୋଲିସ ସବ୍‌-ଇନ୍ସପେକ୍ଟର ଓ କନଷ୍ଟେବଳଙ୍କୁ ଏହି ସାଇବର ଟ୍ରେନିଂ ଦିଆଯିବ। ଡିସେମ୍ଵରରୁ ଆରମ୍ଭ ହେବାକୁ ଥିବା ସାଇବର ଫରେନ୍ସିକ ଟ୍ରେନିଂ ଲ୍ୟାବରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଉନ୍ନମାନର ଯନ୍ତ୍ରପାତି ସହ ତଦନ୍ତରେ ଏହି ଲ୍ୟାବ ସହାୟକ ହେବ।

Comment