ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ବଢ଼ିବାରେ ଲାଗିଛି ସାଇବର ଅପରାଧ। ଏହାକୁ ନେଇ ଚିନ୍ତାରେ ଗ୍ରାହକ। କେତେବେଳେ ଆକାଉଣ୍ଟରୁ ବିନା ଟ୍ରାଞ୍ଜାକ୍‌ସନରେ ଟଙ୍କା କଟୁଛି, ତ ଆଉ କେତେବେଳେ କିଛି ଏସଏମଏସ ଜରିଆରେ ଖାଲି ହୋଇଯାଉଛି ବ୍ୟାଙ୍କ ଆକାଉଣ୍ଟ। ଅନଲାଇନ ଠକେଇକୁ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। କିଭଳି ୟୁପିଆଇ ଠକାମିରେ ପଡ଼ିବେ ନାହିଁ , ସେନେଇ ସୂଚନା ଦେଇଛି ଏସବିଆଇ।

ଅଜାଣତରେ ୟୁପିଆଇ ମାଧ୍ୟମରେ ଯଦି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଉଛି, ତେବେ ହୋଇଯାଆନ୍ତୁ ସତର୍କ। ସଙ୍ଗେସଙ୍ଗେ ନିଜ ୟୁପିଆଇ ସର୍ଭିସ ବନ୍ଦ କରନ୍ତୁ।

ଅନଲାଇନ ଠକେଇକୁ ଦୃଷ୍ଟିରେ ରଖି ଏସବିଆଇ ସବୁବେଳେ ତା ଗ୍ରାହକଙ୍କୁ ସତର୍କ କରାଇଥାଏ। ଏସବିଆଇ ତା ଟ୍ୱିଟର ଆକାଉଣ୍ଟରେ ସାଇବର ଅପରାଧ, ଅନଲାଇନ ସ୍କାମ, ଅନଲାଇନ ଠକେଇକୁ ନେଇ ଆଲର୍ଟ ଜାରି କରିଛି। ଗ୍ରାହକମାନେ ଟୋଲ ଫ୍ରି ନମ୍ବର ୧୮୦୦୧୧୧୧୦୯ କୁ କଲ୍ କରି ୟୁପିଆଇ ସର୍ଭିସକୁ ବନ୍ଦ କରିପାରିବେ। ଏହାଛଡ଼ା ଆଇଭିଆର ନମ୍ବର ୧୮୦୦-୪୨୫-୩୮୦୦ କିମ୍ବା ୧୮୦୦-୧୧-୨୨୧୧ କୁ କଲ୍ କରିପାରିବେ। https://cms.onlinesbi.com/CMS/ ଲିଙ୍କ୍‌କୁ ଯାଇ ପୋର୍ଟାଲ ମାଧ୍ୟମରେ ଅଭିଯୋଗ ମଧ୍ୟ କରିପାରିବେ। ଯଦି କେହି ଏସଏମଏସ ଜରିଆରେ ଜଣେଇବାକୁ ଚାହୁଁଛନ୍ତି, ତେବେ ୯୨୨୩୦୦୮୩୩୩ ନମ୍ବରରେ ଏସଏମଏସ କରିବେ।

ସାଇବର ଠକ ଦିନକୁ ଦିନ ଆଧୁନିକ ପ୍ରଣାଳୀରେ ଲୋକଙ୍କୁ ଠକିବାରେ ଲାଗିଲେଣି। କେବେ କଲ୍ କରି, ତ କେବେ ଏସଏମଏସ ଜରିଆରେ ଲୋକଙ୍କ ଆକାଉଣ୍ଟ ଖାଲି କରୁଛନ୍ତି। ଖାଲି ରାଜ୍ୟ ନୁହେଁ ଦେଶରେ ବଢ଼ିବାରେ ଲାଗିଛି ସାଇବର ଅପରାଧ। ଏହାରି ମଧ୍ୟମରେ ଏସବିଆଇ ତା’ ଟ୍ୱିଟର ଆକାଉଣ୍ଟରେ ଜାରି କରିଛି ସତର୍କତା।

Comment