ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନ୍ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ଆସନ୍ତା ଡିସେମ୍ବର ୧୦ରେ ଲଞ୍ଚ୍ କରିବ ଏହାର ‘ରେଡ୍ମି କେ୩୦’ ସ୍ମାର୍ଟଫୋନ। ଏନେଇ ରେଡ୍ମିର ଜେନେରାଲ ମ୍ୟାନେଜର ସୂଚନା ଦେଇଛନ୍ତି। ଏହି ନୂଆ ସିରିଜରେ ରେଡ୍ମି କେ୩୦ ଏବଂ ରେଡ୍ମି କେ୩୦ ପ୍ରୋ ସ୍ମାର୍ଟଫୋନ ସାମିଲ ରହିବ। ସବୁଠୁ ବଡ଼ କଥା ହେଲା ରେଡ୍ମି କେ୩୦ ସ୍ମାର୍ଟଫୋନ୍ରେ 5G ସପୋର୍ଟ ମିଳିବ।
ଚଳିତବର୍ଷ ସାଓମି ପକ୍ଷରୁ ରେଡ୍ମି କେ୨୦ ଏବଂ ରେଡ୍ମି କେ୨୦ ପ୍ରୋ ସ୍ମାର୍ଟଫୋନ ଲଞ୍ଚ୍ କରାଯାଇଥିଲା। ତେବେ ଏହାର ଅପ୍ଗ୍ରେଡେଡ୍ ଭର୍ସନ ହେଉଛି ‘ରେଡ୍ମି କେ୩୦’ ସ୍ମାର୍ଟଫୋନ। ଡିସେମ୍ବର ୧୦ରେ ଏହି ସ୍ମାର୍ଟଫୋନ ଲଞ୍ଚ୍ ହେଲେ ଖୁବ୍ଶୀଘ୍ର ଏହାର ବିକ୍ରି ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି।
‘ରେଡ୍ମି କେ୩୦’ ସ୍ମାର୍ଟଫୋନରେ ପଞ୍ଚ୍ ହୋଲ୍ ଡିସ୍ପ୍ଲେ ଦିଆଯିବ ବୋଲି ଶୁଣିବାକୁ ମିଳୁଛି। ତେବେ ବର୍ତ୍ତମାନ ସୁଦ୍ଧା ସେନେଇ କୌଣସି ସୂଚନା ଦିଆଯାଇନାହିଁ। ଲଞ୍ଚ୍ ହେବା ପରେ ‘ରେଡ୍ମି କେ୩୦’ ସ୍ମାର୍ଟଫୋନର ଫିଚରକୁ ନେଇ ସ୍ପଷ୍ଟ ସୂଚନା ମିଳିବ। ତେବେ ଏଥିରେ 5G ସପୋର୍ଟ ଦିଆଯିବ ବୋଲି କମ୍ପାନି ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଛି।



















