ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଞ୍ଚ ନେଇ ଫସିଲେ ପୋଲିସ ବାବୁ। ଲାଞ୍ଚ କାରବାରରେ ଦୋଷୀ ସାବ୍ୟସ୍ତ ହେବା ପରେ ବହିଷ୍କୃତ ହୋଇଛନ୍ତି ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଇନ୍ସପେକ୍ଟର। ଇନପେକ୍ଟର ଜଣକ ହେଉଛନ୍ତି ନଳୀନିକାନ୍ତ ମହାପାତ୍ର। ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବହିଷ୍କୃତ କରିଛନ୍ତି।

ଅକ୍ଟୋବର ୨୩ରେ ଦୀର୍ଘ ୯ ବର୍ଷ ମାମଲା ଚାଲିବା ପରେ ଲାଞ୍ଚୁଆ ଥାନା ବାବୁଙ୍କ ବିରୋଧରେ ରାୟ ପ୍ରକାଶ ପାଇଥିଲା। ଦୋଷୀ ସାବ୍ୟସ୍ତ ହୋଇ ସେ  ଜେଲ ଯାଇଛନ୍ତି। ଲାଞ୍ଚ ନେବାବେଳେ ଧରାପଡିବା ମାମଲାର ରାୟ ପରେ ଅକ୍ଟୋବର ୨୩ରେ ବନ୍ଧା ହୋଇ ଜେଲ ଯାଇଥିଲେ ନଳୀନିକାନ୍ତ ମହାପାତ୍ର।

ଜୟପୁର ଭିଜିଲାନ୍ସ କୋର୍ଟରେ ଲାଞ୍ଚ ନେବା ମାମଲାର ଶୁଣାଣି ହୋଇଥିବାବେଳେ ବିଚାରପତି ଶ୍ରୀକାନ୍ତ ମିଶ୍ର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ଥିବା ଥାନା ଅଧିକାରୀ ନଳୀନିକାନ୍ତ ମହାପାତ୍ରଙ୍କୁ ୫ବର୍ଷର ଜେଲଦଣ୍ଡ ସହ ୫୦ହଜାର ଟଙ୍କାର ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିଲେ। ଜେଲଯିବା ସମୟରେ ସେ ମୟୁରଭଞ୍ଜ ଜିଲ୍ଲା ଆଇସିଏଡବ୍ଲ୍ୟୁ ବିଭାଗରେ ଇନସପେକ୍ଟର ଭାବେ କାର୍ଯ୍ୟରତ ଥିଲେ ଏବଂ କଟକ ତୁଳସୀପୁରରେ ରହୁଥିଲେ।

Comment