ଓଡ଼ିଶାଲାଇଭ ବ୍ୟୁରୋ

ଘୁଞ୍ଚିଲା ଫାସ୍‌ ଟ୍ୟାଗ୍‌ ଅବଧି। ଡିସେମ୍ବର ୧ରୁ ନୁହେଁ ଡିସେମ୍ବର ୧୫ରୁ ଦେଶର ସମସ୍ତ ଟୋଲ୍‌ ଗେଟ୍‌ରେ ଫାସ୍‌ ଟ୍ୟାଗ୍‌ ବାଧ୍ୟତାମୂଳକ ହେବ। ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି।

ପୂର୍ବରୁ ଡିସେମ୍ବର ୧ରୁ ସାରା ଦେଶରେ ଫାସ୍‌ ଟ୍ୟାଗ୍‌ ଲାଗୁ ହେବା ନେଇ ଘୋଷଣା ହୋଇଥିଲା। ବର୍ତ୍ତମାନ ସରକାର ଏନେଇ ଆଉ ୧୫ ଦିନ କୋହଳ କରିଛନ୍ତି। ଆସନ୍ତା ଡିସେମ୍ବର ୧୫ରୁ ଦେଶର ସମସ୍ତ ଟୋଲ୍‌ ଗେଟ୍‌ରେ ଫାସ୍‌ ଟ୍ୟାଗ୍‌ ବାଧ୍ୟତାମୂଳକ ହେବ।

ସେହିପରି ଡିସେମ୍ବର ୧୫ରୁ ଯଦି କୌଣସି ଗାଡ଼ିରେ ଫାସ୍‌ ଟ୍ୟାଗ୍‌ ଲାଗି ନଥିବ, ତେବେ ଗାଡ଼ି ମାଲିକଠାରୁ ୨ଗୁଣ ଫି’ ଆଦାୟ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସାଧାରଣ ଜନତା ଫାସ୍‌ ଟ୍ୟାଗ୍‌କୁ ନେଇ ଏତେଟା ସଚେତନ ନଥିବା ସରକାର ଏହାକୁ ଲାଗୁ କରିବାର ସମୟସୀମା ବଢ଼ାଇଛନ୍ତି।

Comment