ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କ ଗାଡ଼ିରେ ଫାସ୍ ଟ୍ୟାଗ୍ ଅଛି ତ? ଯଦି ନାହିଁ ତେବେ ଜଲଦି ଆପଣଙ୍କ ଗାଡ଼ି ପାଇଁ ଫାସ୍ ଟ୍ୟାଗ୍ କରାଇନିଅନ୍ତୁ। ନହେଲେ ଆପଣଙ୍କୁ ରବିବାରଠାରୁ ଟୋଲ୍ ଗେଟରେ ଦୁଇଗୁଣା ଟଙ୍କା ଦେବାକୁ ପଡ଼ିବ।କେନ୍ଦ୍ର ସରକାରଙ୍କ ସଡ଼କ, ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ୧୫ ଡିସେମ୍ବରରୁ ଏହାକୁ ବାଧ୍ୟତାମୂଳକ କରାଯାଇଛି। ଯଦି ଏହାପରେ କୌଣସି ଗାଡ଼ିରେ ଫାସ୍ ଟ୍ୟାଗ୍ ନ ରହେ ତେବେ ସେହି ଗାଡ଼ିର ମାଲିକଙ୍କୁ ଟୋଲ୍ ଗେଟରେ ଦୁଇ ଗୁଣା ଟଙ୍କା ଗଣିବାକୁ ପଡ଼ିବ।

ଜାତୀୟ ରାଜପଥରେ ରହୁଥିବା ଟୋଲ୍ ଗେଟରେ ଗହଳି କମାଇବା ପାଇଁ ଓ ଟୋଲ୍ ଟ୍ୟାକ୍ସ ବ୍ୟବସ୍ଥାକୁ ଡିଜିଟାଲ୍ କରିବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଫାସ୍ ଟ୍ୟାଗ୍ କ’ଣ? ଏହାକୁ କିପରି କରିବେ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Comment