ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକେ କ’ଣ କହିବେ? କ’ଣ ଭାବିବେ ଏମିତି ଭାବି ଭାବି ଅଧିକାଂଶ ଲୋକ ନିଜ ଜୀବନରେ କିଛି କରିବା ପୂର୍ବରୁ ହାର୍‌ ମାନି ନେଇଥାନ୍ତି। ଏମିତି ଭାବୁଥିବା ଲୋକମାନଙ୍କୁ ନିଜ ଭାବନା ବଦଳାଇବାକୁ ଏକ ଗପ ସାହାଯ୍ୟରେ କହିଛନ୍ତି ଅଭିନେତା ତଥା ନେତା ଆକାଶ ଦାସନାୟକ। ନିଜ ୟୁଟ୍ୟୁବ୍‌ ଚ୍ୟାନେଲ ‘‘ଆକାଶ ଇନ୍‌ସ୍ପାୟର୍ସ’’ରେ ଆକାଶ ଏକ ସୁନ୍ଦର ଭିଡିଓ ନିକଟରେ ପୋଷ୍ଟ୍‌ କରିଛନ୍ତି।

”ଥରେ ବାପ ପୁଅ ହାଟକୁ ଗଧ କିଣିବାକୁ ଗଲେ। ଗଧ କିଣି ଯେତେବେଳେ ଘରକୁ ଫେରୁଥିଲେ ସେତେବେଳେ ଗଧଟିକୁ ଦେଖି ଜଣେ ଲୋକ କହିଲା ଏ ବାପ ପୁଅ ବୋଧେ ପୁରା ବୋକା। ଗଧଟିଏ କିଣିଛନ୍ତି ହେଲେ ତା’ ଉପରେ କେହି ବସୁ ନାହାନ୍ତି। ଏକଥା ଶୁଣି ବାପା କହିଲା ପୁଅ ତୁ ଗଧରେ ବସିଯା। କିଛି ବାଟ ଗଲା ପରେ ଆଉ ଗୋଟେ ଲୋକ କହିଲା ଯେ କେମିତିକା ପୁଅ? ବାପା ଚାଲି ଚାଲି ଯାଉଛି ହେଲେ ନିଜେ ବସି ପଡ଼ିଛି। ଏକଥା ଶୁଣିବା ପରେ ପୁଅ ଗଧ ଓପରୁ ଓହ୍ଲାଇ ବାପାଙ୍କୁ ବସିବାକୁ କହିଲା। କୁଣି କିଛି ବାଟ ଗଲା ପରେ ଆଉ ଜଣେ ଲୋକ ଦେଖି କହିଲା ଏ କେମିତିକା ବାପା? ପୁଅ ଚାଲି ଚାଲି ଯାଉଛି ହେଲେ ନିଜେ ଗଧ ଉପରେ ବସିଛି। ଏହାପରେ ବାପ ପୁଅ ରାଗି ଯାଇ ଗଧ ଉପରେ ଦୁଇ ଜଣ ଯାକ ବସିପଡ଼ିଲେ। କିଛି ବାଟ ଗଲା ପରେ ଆଉ ଗୋଟିଏ ଲୋକ ଦେଖି କହିଲା ଏ ବାପା ପୁଅ କେଡ଼େ ନିର୍ଦ୍ଦୟ। ଏହାପରେ ବାପ ପୁଅ ରାଗି ଗଧକୁ ଛାଡ଼ି ଦେଲେ।”

ଆକାଶଙ୍କ ଏ ଗପ କହିବାର ଅର୍ଥ  ଆମେ ଯଦି ସବୁବେଳେ ଅନ୍ୟମାନେ କ’ଣ ଭାବିବେ ଭାବିବା ତାହାଲେ ଆମେ ଜୀବନରେ କିଛି କରିପାରିବାନି।

ତେଣୁ ଆକାଶଙ୍କ କହିବା କଥା ଯାହା ନିଜକୁ ଠିକ୍‌ ଲାଗୁଛି ତାହା ହିଁ କରନ୍ତୁ। ଏ କଥାର ଯଥାର୍ଥତାକୁ ଦର୍ଶାଇବାକୁ ଯାଇ ଆଉ ଏକ ଗପ ମଧ୍ୟ କହିଛନ୍ତି।

‘‘ଥରେ ଜଣେ ସାଧୁ ନଈକୁ ଗାଧୋଇବାକୁ ଯାଇଥିଲେ। ମୁନି ଜଣକ ଯେତେବେଳେ ନଦୀ ଭିତରକୁ ଗାଧୋଇବାକୁ ପଶିଲେ ଦେଖିଲେ ଯେ ଗୋଟିଏ ବିଛା ନଦୀରେ ବୁଡ଼ି ଯାଉଛି। ନିଜକୁ ବଞ୍ଚାଇବା ପାଇଁ ଏକ ପତ୍ରକୁ ସାହାରା କରି ଧରିଛି। ସାଧୁ ଜଣକ ଏତିକି ବେଳେ କିଛି ନଭାବି ବିଛାକୁ ଉଦ୍ଧାର କଲେ। ଦୂରରେ ଥିବା ତାଙ୍କ ଶିଷ୍ୟ କିନ୍ତୁ କହୁଥାନ୍ତି ଗୁରୁଦେବ ବିଛାକୁ ଛାଡ଼ି ଦିଅନ୍ତୁ। ସେ ଆପଣଙ୍କୁ କାମଡ଼ି ଦେବ। ସେ ସାଧୁ କିଛି ନଶୁଣି ବିଛାକୁ ହାତରେ ଆଣିଲେ। ବିଛା ସାଧୁଙ୍କୁ କାମୁଡ଼ିବାକୁ ଲାଗିଥାଏ। ତା’ପରେ ଶିଷ୍ୟ ସାଧୁଙ୍କୁ ପଚାରିଲେ ବିଛାର କାମୁଡ଼ା ଖାଇବି ଆପଣଙ୍କ କାହିଁକି ତାକୁ ଉଦ୍ଧାର କଲେ? ସାଧୁ ଏହାର ଉତ୍ତାରରେ କହିଲେ ଆମକୁ ଯାହା ଶ୍ରେଷ୍ଠ ଲାଗେ ଆମେ ତାହା ହିଁ କରିବା ଦରକାର। କାମୁଡ଼ିବା ବିଛାର ଶ୍ରେଷ୍ଠ କାର୍ଯ୍ୟ ବୋଲି ସେତିକି ସେ ଜାଣିଛି ସେଥିପାଇଁ ସେ କାମୁଡ଼ିଲା। ହେଲେ ମୋର ଶ୍ରେଷ୍ଠ କାର୍ଯ୍ୟ ଥିଲା ତାକୁ ଉଦ୍ଧାର କରିବା।”

ଆକାଶଙ୍କ ଏହି କାହାଣୀ କହିବାର ଅର୍ଥ ଯେ ଯାହା ଆମେ କରିପାରିବା ବା ଯାହା ଆମକୁ ଶ୍ରେଷ୍ଠ କାର୍ଯ୍ୟ ବୋଲି ଲାଗୁଛି ତାହାହିଁ କରିବା ଦରକାର। କିଏ ଆମକୁ କ’ଣ କହିଲା, କିଏ ଆମ ସଂପର୍କରେ କ’ଣ ଭାବୁଛି ସେ ସଂପର୍କରେ ନଭାବି, ନଚିନ୍ତା କରି ନିଜ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା କଥା।

Comment