ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ନନ୍ଦନକାନନରେ ମାସକ ଭିତରେ ୨ ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଛି। ଦୁଇଦିନ ମଧ୍ୟରେ ଏହି ଦୁଇଟି ଆନାକୋଣ୍ଡାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ବର୍ତ୍ତମାନ ୪ଟି ଆନାକୋଣ୍ଡା ଅସୁସ୍ଥ ରହିଛନ୍ତି।

ଗୁରୁବାର ନନ୍ଦନକାନନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଥିବା ବେଳେ ଶନିବାର ପୁଣି ଏକ ଆନାକୋଣ୍ଡା ଆଖି ବୁଜିଛି। ଏହାସହ ୪ଟି ଆନାକୋଣ୍ଡା ଅସୁସ୍ଥ ଅବସ୍ଥାରେ ଚିକିତ୍ସିକ ହେଉଛନ୍ତି। ଏହି ୪ଟି ଆନାକୋଣ୍ଡା ସମେତ ବର୍ତ୍ତମାନ ୬ଟି ଆନାକୋଣ୍ଡା ନନ୍ଦନକାନନରେ ରହିଛନ୍ତି।

ଗତ ଅକ୍ଟୋବର ୨୨ ତାରିଖରେ ତାମିଲନାଡୁର ଚେନ୍ନାଇସ୍ଥିତ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ୮ଟି ଆନାକୋଣ୍ଡା ସାପ ଓ ୩ଟି ନୀଳ ନଦୀ କୁମ୍ଭୀର ଅଣାଯାଇଥିଲା।

Comment