ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ-ଭୁବନେଶ୍ୱର ଭିତରେ ଦ୍ରୁତ ଗତିରେ ଗାଡ଼ି ଚଳାଉଛନ୍ତି କି? ଯଦି ହଁ, ତାହାଲେ ସତର୍କ ହୋଇ ଯାଆନ୍ତୁ। କାରଣ କମିସନରେଟ୍ ପୋଲିସ ସ୍ପିଡ୍ ଗାଡ଼ି ଚଳାଚଳ ଉପରେ ଲଗାମ ଲଗାଇଛି। କେତେ ସ୍ପିଡ୍ରେ ଗାଡ଼ି ଚଳାଇବେ ପୋଲିସ କଟକଣା ଜାରି କରିଛି।
ଉଭୟ ହାଲୁକା ଏବଂ ଭାରି ଯାନ ପାଇଁ କମିସନରେଟ୍ ପୋଲିସ ଏହି କଟକଣା ଜାରି କରିଛି। କଟକ ଓ ଭୁବନେଶ୍ୱର ସହର ଭିତରେ ଉଭୟ ହାଲୁକା ଏବଂ ଭାରି ଯାନ ୫୦ କିଲୋମିଟର ସ୍ପିଡ୍ରେ ଯାଇ ପାରିବେ।
ପଳାଶୁଣି ଏବଂ ବାଲିକୁଦା ଛକ ଭିତରେ କେବଳ ଭାରିଯାନ ୭୦ କିଲୋମିଟର ସ୍ପିଡ୍ରେ ଯାଇ ପାରିବ। ହାଲୁକା ଯାନ ୫୦ କିଲୋମିଟର ସ୍ପିଡ୍ରେ ଯାଇ ପାରିବ।
ସେହିପରି ଭାରିଯାନ ଚଳାଚଳ ଉପରେ ମଧ୍ୟ କଟକଣା ରହିଛି। ସକାଳ ୮ଟାରୁ ରାତି ୧୦ଟାରେ ସହର ଭିତରକୁ ଯିବାକୁ ଚାହୁଁଥିବା ଭାରିଯାନ ପୂର୍ବରୁ କମିଶନରେଟ୍ ପୋଲିସଠାରୁ ଅନୁମତି ନେବାକୁ ପଡ଼ିବ।
ଡିସେମ୍ବର ୧ରୁ ସାରା ରାଜ୍ୟରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇଛି। ବେପରୁଆ ଗାଡ଼ି ଚାଳକଙ୍କୁ ସାବାଡ୍ କରିବା ପାଇଁ ପୋଲିସ ମୋଟା ଅଙ୍କର ଜରିମାନା ଆଦାୟ କରୁଛି।


















