ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଦୁଆ ଡ୍ରାଇଭରଙ୍କ ପାଇଁ କଠୋର ହୋଇଛନ୍ତି ରାଜ୍ୟ ସରକାର। ସେପ୍ଟେମ୍ଵର ମାସରୁ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ମଦୁଆ ଡ୍ରାଇଭରଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି। ଏହି ୩ ମାସ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୮ ହଜାର ୫୮୩ ମଦୁଆ ଡ୍ରାଇଭର ଗିରଫ କରାଯାଇଛି। ଏହା ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ଗିରଫ ହୋଇଛନ୍ତି।

ସେପ୍ଟେମ୍ଵର ମାସରେ ୨ ହଜାର ୩୯୪, ଅକ୍ଟୋବର ମାସରେ ୩ ହଜାର ୪୬୨ ଓ ନଭେମ୍ଵର ମାସରେ  ୨ହଜାର ୭୨୭ ଜଣ ମଦୁଆ ଡ୍ରାଇଭର ଗିରଫ ହୋଇଛନ୍ତି। ଏହାକୁ ନଜର ପକାଇଲେ ସର୍ବାଧିକ ମଦୁଆ ଡ୍ରାଇଭର ଅକ୍ଟୋବର ମାସରେ ଗିରଫ ହୋଇଛନ୍ତି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଗିରଫ

କଟକରେ ୬୭, ଜଗତସିଂହପୁରରେ ୧୧୭, କେନ୍ଦ୍ରାପଡ଼ାରେ ୩୪, ନୟାଗଡ଼ରେ ୩୯, ଖୋର୍ଦ୍ଧାରେ ୧୧୭, ବାଲେଶ୍ଵରରେ ୧୦୨, ଭଦ୍ରକରେ ୧୯୬, ସମ୍ଵଲପୁରରେ ୨୭୬, ବରଗଡ଼ରେ ୬୯, ଝାରସୁଗୁଡ଼ାରେ ୫୫, ବଲାଙ୍ଗିରରେ ୧୧୫, ସୋନପୁରରେ ୫୧, ଦେବଗଡ଼ ରେ ୬୬, ଢେଙ୍କାନାଳରେ ୩୩୫, ଅନୁଗୁଳରେ ୫୫୯, ଗଜପତିରେ ୨୫୬, ବ୍ରହ୍ମପୁରରେ ୨୬୧, କନ୍ଧମାଳରେ ୨୨୦, ବୌଦ୍ଧରେ ୮୮, କୋରାପୁଟରେ ୨୦୦, ନବରଙ୍ଗପୁରରେ ୧୬୯, ରାୟଗଡ଼ାରେ ୧୧୨, ମାଲକାନଗିରିରେ ୧୨୩, କଳାହାଣ୍ଡିରେ ୨୮୪, ନୂଆପଡ଼ାରେ ୯୩, ସୁନ୍ଦରଗଡ଼ରେ ୩୨୭,  କେନ୍ଦୁଝରରେ ୧୮୬, ଗଞ୍ଜାମରେ ୧ ହଜାର ୭୯୯, ମୟୁରଭଞ୍ଜରେ ୧ହଜାର ୬୧ ମଦୁଆ ଡ୍ରାଇଭର ଗିରଫ ହୋଇଛନ୍ତି।

Comment