ଓଡ଼ିଶାଲାଇଭ୍ ବ୍ୟୁରୋ

ପିଏମ୍‌ କିଷାନ୍‌ ଯୋଜନା ସହିତ କାଳିଆ ଯୋଜନା ମିଶାଇ ଦେଇଛନ୍ତି ରାଜ୍ୟ ସରକାର। ଯେଉଁ କାଳିଆ ଯୋଜନାରେ ଚାଷୀ ବର୍ଷକୁ ୧୦ ହଜାର ଟଙ୍କା ପାଇଥାନ୍ତେ ସେହି ଯୋଜନାରେ ଏଣିକି ଚାଷୀ ୪ ହଜାର ଟଙ୍କା ପାଇବେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛି ନବ ନିର୍ମାଣ କୃଷକ ସଙ୍ଗଠନ। ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଠକି ଦେଇଥିବା କହିଛି ସଙ୍ଗଠନ।

ଏହାର ପ୍ରତିବାଦରେ ଆସନ୍ତା ୧୬ ତାରିଖରେ ସବୁ ଜିଲ୍ଲାରେ ନବ ନିର୍ମାଣ କୃଷକ ସଙ୍ଗଠନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦେବ। ଏନେଇ କୃଷକ ସଙ୍ଗଠନର ନେତା ଅକ୍ଷୟ କୁମାର ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅକ୍ଷୟ କୁମାର ଆହୁରି କହିଛନ୍ତି ଯେ ପିଏମ୍‌ କିଷାନ୍‌ ଓ କାଳିଆ ଯୋଜନା ମିଶିଲେ ଚାଷୀ ବର୍ଷକୁ ୧୬ ହଜାର ଟଙ୍କା ପାଇବା କଥା। କିନ୍ତୁ ରାଜ୍ୟ ସରକାର କାହିଁକି କାଳିଆ ଯୋଜନାରୁ ୬ ହଜାର ଟଙ୍କା କାଟିବେ? ଚାଷୀଙ୍କ ଟଙ୍କା କାଟିବା ପାଇଁ ସରକାର କାହିଁକି ଏଭଳି ନିଷ୍ପତ୍ତି ନେଲେ? ୭୦ ଲକ୍ଷ ଚାଷୀଙ୍କୁ ରାଜ୍ୟ ସରକାର ପ୍ରତାରିତ କରିଥିବା ସେ କହିଛନ୍ତି।

Comment