ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ବର ୬ ବନ୍ଦ ହୋଇଯିବ ଜିଓର ପୁରୁଣା ପ୍ଲାନ୍‌। ଏବେ ଆସିଲା ନୂଆ ଅଲ୍‌-ଇନ-ୱାନ ପ୍ଲାନ୍‌। ଜାଣନ୍ତୁ କ’ଣ ରହିଛି ?

ରିଲାଏନ୍ସ ଜିଓ ପକ୍ଷରୁ ଏହାର ସମସ୍ତ ରିଚାର୍ଜ ପ୍ଲାନ୍‌ ଦର ୪୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଘୋଷଣା କରିଥିଲା। ଆସନ୍ତା ଡିସେମ୍ବର ୬ରୁ ରିଲାଏନ୍ସ ଏହାର ପୁରୁଣା ପ୍ଲାନ୍‌ ସବୁ ବନ୍ଦ ବନ୍ଦ ହୋଇଯିବ। ଏହାର ଭିତରେ ବୁଧବାର ଜିଓ ନୂଆ ପ୍ଲାନ୍‌ଗୁଡ଼ିକର ଘୋଷଣା କରିଛି। ତେବେ ଜିଓର ନୂଆ ପ୍ଲାନ୍‌ ବିଷୟରେ ଆସନ୍ତୁ ବିସ୍ତୃତ ଭାବେ ଜାଣିବା।

୧୯୯ ଟଙ୍କାରେ ଜିଓର ମାସକା ପ୍ଲାନ୍‌

ପୂର୍ବରୁ ୧୪୯ ଟଙ୍କାରେ ମିଳୁଥିବା ଜିଓର ମାସିକା ପ୍ୟାକ୍‌ ପାଇଁ ଗ୍ରାହକଙ୍କୁ ଏବେ ୧୯୯ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ। ୧୯୯ ଟଙ୍କା ମାସିକା ପ୍ଲାନ୍‌ରେ ଗ୍ରାହକଙ୍କୁ ଦୈନିକ ୧.୫ ଜିବି ଡାଟା ସହିତ ଅନ୍ୟ ନେଟୱାର୍କକୁ କଲ୍‌ ପାଇଁ ୧ ହଜାର ମିନିଟ୍‌ ଦିଆଯିବ। ସେହିପରି ଜିଓରୁ ଜିଓ ମାଗଣା କଲ୍‌ ସହିତ ଦୈନିକ ୧୦୦ଟି ମେସେଜ୍‌ ପୂର୍ବ ଭଳି ଜାରି ରହିବ।

ଏହି ମାସିକା ପ୍ୟାକ୍‌ରେ ୨ ଜିବି ଡାଟା ପାଇଁ ଗ୍ରାହକଙ୍କୁ ୨୪୯ ଟଙ୍କା ଏବଂ ୩ ଜିବି ଡାଟା ପାଇଁ ୩୪୯ଟଙ୍କା ରିଚାର୍ଜ କରିବାକୁ ପଡ଼ିବ। ମାସକା ପ୍ୟାକ୍‌ କୁହାଯାଉଥିବା ଏହି ପ୍ୟାକ୍‌ର ବୈଧତା ପ୍ରକୃତରେ ୨୮ ଦିନ।

ଜିଓର ଦୁଇ ମାସିଆ ପ୍ଲାନ୍‌ ୩୯୯ ଟଙ୍କାରେ

ଏଣିକି ଗ୍ରାହକ ୩୯୯ ଟଙ୍କାରେ ଜିଓର ଦୁଇ ମାସିଆ ପ୍ୟାକ୍‌ ରିଚାର୍ଜ କରିପାରିବେ। ଏହି ନୂଆ ପ୍ୟାକ୍‌ରେ ଗ୍ରାହକଙ୍କୁ ଦୈନିକ ୧.୫ ଜିବି ଡାଟା ମିଳିବା ସହିତ ଫେୟାର ୟୁସେଜ ପଲିସି(ଏଫ୍‌ୟୁପି)ରେ ଅନ୍ୟ ନେଟୱାର୍କକୁ ୨ ହଜାର ମିନିଟର କଲିଂ ସୁବିଧା ମିଳିବ। ସେହିପରି ଜିଓରୁ ଜିଓ ମାଗଣା କଲ୍‌ ମଧ୍ୟ ଦିଆଯିବ। ଦୁଇ ମାସଆ ପ୍ୟାକ୍‌ କୁହାଯାଉଥିବା ଏହି ପ୍ୟାକ୍‌ର ବୈଧତା ୫୬ ଦିନ।

 ୫୫୫ ଟଙ୍କାରେ ତିନି ମାସିଆ ପ୍ଲାନ୍‌

ପୂର୍ବରୁ ୩୯୯ ଟଙ୍କାରେ ମିଳୁଥିବା ଜିଓର ତିନି ମାସିଆ ପ୍ୟାକ୍‌ ପାଇଁ ଗ୍ରାହକଙ୍କୁ ଏବେ ୫୫୫ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ। ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ଦୈନିକ ୧.୫ ଜିବି ଡାଟା ସହିତ ଅନ୍ୟ ନେଟୱାର୍କକୁ କଲ୍‌ ପାଇଁ ୩ ହଜାର ମିନିଟ୍‌ ଦିଆଯିବ। ସେହିପରି ଜିଓରୁ ଜିଓ ମାଗଣା କଲ୍‌ ସହିତ ଦୈନିକ ୧୦୦ଟି ମେସେଜ୍‌ ପୂର୍ବ ଭଳି ଜାରି ରହିବ।

ଏହି ପ୍ୟାକ୍‌ରେ ଦୈନିକ ୨ ଜିବି ଡାଟା ପାଇବା ପାଇଁ ଗ୍ରାହକଙ୍କୁ ୫୯୯ଟଙ୍କା ଦେବାକୁ ପଡ଼ିବ। ତିନି ମାସିଆ କୁହାଯାଉଥିବା ଏହି ପ୍ୟାକ୍‌ର ବୈଧତା ୮୪ ଦିନ ପାଇଁ ରହିଛି।

ଏହାକୁ ବାଦ୍‌ ଦେଲେ ଗ୍ରାହକଙ୍କ ସୁବିଧା ପାଇଁ କମ୍ପାନି ପକ୍ଷରୁ ଆଉ ୩ଟି ପ୍ୟାକ୍‌ ଜାରି କରାଯାଇଛି। ୧୨୯, ୩୨୯ ଏବଂ ୧୨୯୯ ଟଙ୍କା ପ୍ୟାକ୍‌। ଏହି ସମସ୍ତ ପ୍ୟାକ୍‌ରେ ଜିଓରୁ ଜିଓ କଲ୍‌ ମାଗଣା ରହିବ।

୧୨୯ ଟଙ୍କା ପ୍ଲାନ୍‌ର ବୈଧତା ୨୮ ଦିନ ପାଇଁ ରହିଥିବା ବେଳେ ଏଥିରେ ମୋଟ ୨ଜିବି ଡାଟା ସହିତ ଅନ୍ୟ ନେଟୱାର୍କକୁ ୧ ହଜାର ମିନିଟର କଲ ସୁବିଧା ରହିଛି। ସେହିପରି ୩୨୯ ଟଙ୍କା ପ୍ୟାକ୍‌ରେ ଗ୍ରାହକଙ୍କୁ ୮୪ ଦିନର ବୈଧତା ସହିତ ମୋଟ ୬ ଜିବିର ଡାଟା ମିଳିବ। ଅନ୍ୟ ନେଟୱାର୍କ କଲ୍‌ ପାଇଁ ଏଥିରେ ୩ ହଜାର ମିନିଟର ଦିଆଯାଉଛି।

ଶେଷରେ କମ୍ପାନି ପକ୍ଷରୁ ୧୨୯୯ ଟଙ୍କାରେ ବାର୍ଷିକ ପ୍ୟାକ୍‌ ଘୋଷଣା କରାଯାଇଛି। ଏହି ପ୍ୟାକ୍‌ରେ ଗ୍ରାହକଙ୍କୁ ଏକ ବର୍ଷ ପାଇଁ ମୋଟ ୨୪ ଜିବି ଡାଟା ଦିଆଯିବ। ଏହା ସହିତ ଅନ୍ୟ ନେଟୱାର୍କକୁ ୧୨ ହଜାର ମିନିଟ୍‌ କଲିଂ ସୁବିଧା ଯୋଗାଇ ଦିଆଯିବ।

Comment