ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରୀଡ଼ା ପ୍ରାଧିକରଣରେ ୟଙ୍ଗ ପ୍ରଫେସନାଲ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୩୦ ୟଙ୍ଗ ପ୍ରଫେସନାଲ୍‌ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ଵାନ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଡିସେମ୍ଵର ୨୦ ତାରିଖ।

ଏହି ପଦବୀ ୨ବର୍ଷ ପାଇଁ ଚୁକ୍ତି ଭିତ୍ତିକ। ୨ ବର୍ଷ ମଧ୍ୟରେ କାର୍ଯ୍ୟକୁ ଦେଖି ଏହାର ସମୟସୀମା ବଢ଼ାଯିବ କି ନାହିଁ ନିର୍ଦ୍ଧାରଣ କରାଯିବ। ଅଧିକ ତଥ୍ୟ ପାଇଁ http://sportsauthorityofindia.nic.in/  କୁ ଯାଇ ବିଜ୍ଞାପନ ଦେଖିପାରିବେ।

ପଦବୀ

ୟଙ୍ଗ ପ୍ରଫେସନାଲ-୧୩୦ ପଦବୀ

ପଦବୀର ବିବରଣୀ

ଭାରତୀୟ କ୍ରୀଡ଼ା ପ୍ରାଧିକରଣରେ ବିଭିନ୍ନ କ୍ରୀଡ଼ାର ଯୋଜନାକୁ ସହାୟତା, ସମନ୍ଵୟ ଓ ପରିଚାଳନା କରିବା ଏହି ପଦବୀର କାର୍ଯ୍ୟ।

ବୟସସୀମା

୩୨ ବର୍ଷରୁ କମ୍‌ ହୋଇଥିବ।

ମାସିକ ଦରମା

୪୦,୦୦୦/-

ଶେଷ ତାରିଖ

୨୦.୧୨.୨୦୧୯

ଶିକ୍ଷାଗତ ଯୋଗ୍ୟତା

  • ପ୍ରାର୍ଥୀ ଯେକୌଣସି ବିଶ୍ଵବିଦ୍ୟାଳୟରୁ ସ୍ନାତ୍ତୋକତ୍ତରରେ ଶିକ୍ଷାଲାଭ କରିଥିବା ସହ ୫୦ ପ୍ରତିଶତ ନମ୍ଵର ରଖିଥିବା ଆବଶ୍ୟକ।
  • କିମ୍ଵା ଗ୍ରାଜୁଏସନ୍‌ ପଢ଼ିଥିବା ସହ ୩ ବର୍ଷର ଅଭିଜ୍ଞତା ଥିବା ଦରକାର।

ଆବେଦନ ପ୍ରକ୍ରିୟା

ପ୍ରାର୍ଥୀମାନେ ଏହି ପଦବୀରେ ଆବେଦନ ପାଇଁ http://sportsauthorityofindia.nic.in/ କୁ ଯାଇ ଅନ୍‌ଲାଇନରେ ଆବେଦନ କରିପାରିବେ।

Comment