ଓଡ଼ିଶାଲାଇଭ୍‌ ବ୍ୟୁରୋ

NTROରେ ୭୧ ଟେକ୍ନିସିଆନ୍‌ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିସେମ୍ଵର ୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ନ୍ୟାସନାଲ ଟେକ୍ନିକାଲ ରିସର୍ଚ ଅର୍ଗାନାଇଜେସନ୍‌(ଏନ୍‌ଟିଆର୍‌ଓ)ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୭୧ଟି ଖାଲି ପଡ଼ିଥିବା ଟେକ୍ନିସିଆନ୍‌ ଏ ପଦବୀ ପାଇଁ ଏହି ନିଯୁକ୍ତି ଦିଆଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦ କରିବାର ଶେଷ ତାରିଖ ୨୩ ଡିସେମ୍ଵର।

ପଦବୀ

ଟେକ୍ନିସିଆନ୍‌ ‘ଏ’ – ସାଧାରଣ ବର୍ଗ(୩୧), ଏସ୍‌ସି(୦୯), ଏସ୍‌ଟି(୦୫), ଇଡବ୍ଲୁଏସ୍‌(୦୭)

ଶିକ୍ଷାଗତ ଯୋଗ୍ୟତା

  • ପ୍ରାର୍ଥୀ ଦଶମ ପାସ୍‌ କରିଥିବା ଦରକାର।
  • ଇଣ୍ଡ୍ରଷ୍ଟିଆଲ୍‌ ଟ୍ରେନିଙ୍ଗ ଇଷ୍ଟିଚ୍ୟୁଟ(ITI) ସାର୍ଟିଫିକେଟ ଥିବା ସହ କମ୍ପ୍ୟୁଟର ଜ୍ଞାନ ଥିବା ମଧ୍ୟ ଦରକାର।
  • କମ୍ପ୍ୟୁଟରରେ ପ୍ରୋଗ୍ରାମିଙ୍ଗ, କମ୍ପ୍ୟୁଟର ହାର୍ଡଓୟାର, ନେଟଓ୍ଵର୍କ ଟେକ୍ନିସିଆନ୍‌, ଡେସ୍କଟପ ପବ୍ଲିକେଶନ ଅପରେଟର, ଇନଫରମେଶନ ଟେକ୍ନୋଲୋଜି, କମ୍ପ୍ୟୁଟର ସଫ୍ଟଓୟାର ଜାଣିଥିବା ଦରକାର।

ବୟସ

  • ସର୍ବନିମ୍ନ ବୟସ ସୀମା – ୧୮ ବର୍ଷ
  • ସର୍ବାଧିକ ବୟସ ସୀମା – ୨୭ ବର୍ଷ

ତାରିଖ

  • ଆବେଦନର ଆରମ୍ଭ ତାରିଖ – ୨. ୧୨.୨୦୧୯
  • ଆବେଦନର ଶେଷ ତାରିଖ – ୨୩.୧୨.୨୦୧୯

ପ୍ରାର୍ଥୀମାନେ ଅଧିକ ତଥ୍ୟ ପାଇଁ ଓ୍ଵେବସାଇଟ୍‌ https://ntro.gov.in/ ଦେଖିପାରିବେ।

Comment