ଓଡ଼ିଶାଲାଇଭ ବ୍ୟୁରୋ

ଲୋକପ୍ରିୟ ହିନ୍ଦୀ ସିରିଏଲ ‘ୟେ ହୈ ମହବତେଁ’ ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି। ସିରିଏଲରେ ରୁହି ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ଅଦିତି ଭାଟିଆ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମ ଆକାଉଣ୍ଟରେ ସିରିଏଲର ଶେଷ ଦିନ ସୁଟିଂର ଏକ ଭିଡିଓ ପୋଷ୍ଟ କରିଛନ୍ତି।

ଏହି ଭିଡିଓରେ ଅଦିତି ସୁଟିଂର ଶେଷ ଦିନରେ କାନ୍ଦୁଥିବା ଦେଖିବାକୁ ମିଳିଛି। ସିରିଏଲରେ ନିଜର ଅନୁଭୂତି ବାଣ୍ଟିବା ସହ ସୋ’ ମେକର ଏବଂ ସାଥୀ କଳାକାରଙ୍କୁ ମଧ୍ୟ ଏହି ପୋଷ୍ଟ ଜରିଆରେ ଧନ୍ୟବାଦ ଜଣାଇଛନ୍ତି ଅଦିତି।

‘ୟେ ହୈ ମହବତେଁ’ ବାଲାଜୀ ଟେଲିଫିଲ୍ମ୍‌ସର ସବୁଠୁ ଲୋକପ୍ରିୟ ସିରିଏଲ। ଗତ ୬ ବର୍ଷ ଧରି ଦର୍ଶକ ଏହି ସିରିଏଲକୁ ପସନ୍ଦ କରି ଆସିଛନ୍ତି। ନିକଟରେ ଏକତା କପୁର ଏହି ସିରିଏଲର ସ୍ପିନ୍‌ ଅଫ୍‌ ‘ୟେ ହୈ ଚାହତେଁ’ର ଘୋଷଣା କରିଛନ୍ତି। ଖୁବଶୀଘ୍ର ଏହି ସିରିଏଲକୁ ଟିଭିରେ ଦେଖିବେ ଦର୍ଶକ।

Comment