ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡିଶା ରାଜ୍ୟ ଇଏସ୍ଆଇ ଇନ୍ସିଓର୍ଡ ପର୍ସନ ଆସୋସିଏସନ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିର ଭୁବନେଶ୍ଵରସ୍ଥିତ ଚନ୍ଦ୍ରଶେଖରପୁରଠାରେ ଥିବା ଇଏସ୍ଆଇ ହସ୍ପିଟାଲରେ ଅନୁଷ୍ଠିତ ହୋଇଛି। ଏଥିରେ ୧୬୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି।

ଏହି ଶିବିରରେ ଅନେକ ଯୁବକ ଯୁବତୀ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଏହି ଶିବିରେ ଓଡିଶା ରାଜ୍ୟ ଇଏସ୍ଆଇ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ରାଉତ, ନାଲକୋର ପରିଚାଳନା ନିର୍ଦ୍ଦେଶକ ଅମିୟ କୁମାର ପଟ୍ଟନାୟକ, ଭୂବନେଶ୍ଵର ଇଏସ୍ଆଇ ହସ୍ପିଟାଲର ସୁପରିଟେଣ୍ଡ ଡାକ୍ତର ଦିଲ୍ଲୀପ ସାହୁ, ରାଜ୍ୟ ଇଏସ୍ଆଇ ଇନ୍ସିଓର୍ଡ ପର୍ସନ ଆସୋସିଏସନ୍‌ର ସମ୍ପାଦକ ପ୍ରଶାନ୍ତ କୁମାର କର ପ୍ରମଖ ଉପସ୍ଥିତ ଥିଲେ।

ପ୍ରତିବର୍ଷ ଓଡ଼ିଶା ରାଜ୍ୟ ଇନ୍ସଓର୍ଡ ପର୍ସନ ଆସୋସିଏସନ୍‌ ତରଫରୁ ଇଏସ୍ଆଇ ହସ୍ପିଟାଲରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥାଏ। ଏହି ଆସୋସିଏସନ୍‌ର କର୍ମକର୍ତ୍ତାମାନେ ରାଜ୍ୟର ବିଭିନ୍ନ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ଅଛନ୍ତି।

LEAVE A REPLY

Please enter your comment!
Please enter your name here