ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡାରୁ ତୁଷାର ରଞ୍ଜନ ସାହୁ): ଆସନ୍ତା ଡିସେମ୍ବର ମାସ ୨୬ ତାରିଖରୁ ରାୟଗଡ଼ା ଜିଲ୍ଲା ଲୋକ ମହୋତ୍ସବ ଚଇତି ଓ ପଲ୍ଲିଶୀ ମେଳା-୨୦୧୯ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସୋମବାର ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ଶିଶୁମାନଙ୍କୁ ନେଇ ଏକ ସୁସ୍ଥ ଶିଶୁ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ସୋମବାର ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏଥିରେ ୯ ମାସରୁ ୨ ବର୍ଷ ଓ ୨ରୁ ୩ ବର୍ଷ ଏହିପରି ଦୁଇଟି ବର୍ଗରେ ପିଲାମାନେ ଅଂଶଗ୍ରହଣ କରିଥିଲେ। ପିଲାମାନଙ୍କୁ ଭିତରେ ଯେଉଁ ପିଲା ସବୁଠୁ ଅଧିକ ସୁସ୍ଥ ରହିବା ସହ ସୁନ୍ଦର ଦେଖାଯାଉଥିଲେ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା।୯ ମାସରୁ ୨ବର୍ଷ ବୟସ ବର୍ଗରେ ଚନ୍ଦ୍ରପୁର ବ୍ଳକର ଭୂମିକା ପାତିକା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ବିଷମକଟକର ଏନ.ହାନଭିକା ଦ୍ୱିତୀୟ ଓ କୋଲନରା ବ୍ଳକର ଚନ୍ଦନ କଣ୍ଡାଗରି ତୃତୀୟ ସ୍ଥାନ ଅଧିକାର କରିଥିଲେ। ୨ରୁ ୩ବର୍ଷ ବୟସ ବର୍ଗରେ ପଦ୍ମପୁର ବ୍ଳକର ଗୈାରବ ଗିରି ପ୍ରଥମ ହୋଇଥିବାବେଳେ କାଶିପୁର ବ୍ଳକର ଭୈରବ ନାୟକ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଅନ୍ୟପଟେ କୋଲନରା ବ୍ଳକର ଜୋହାନ କଣ୍ଡାଗରି  ଓ ବିଷମକଟକ ବ୍ଳକର ତ୍ରିଦେବୀ ହିମିରିକା ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଯୋଗଦେଇ ବିଜେତାମାନଙ୍କୁ ସମ୍ମାନିତ କରିଥିଲେ। ତାଙ୍କ ସହ ଉପ ଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଳା ସାଂସ୍କୃତିକ ପରିଷଦର ସଂଯୋଜକ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି, ଜିଲ୍ଳା ସୂଚନା ଓ ଲୋକ  ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ

Comment