ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଅଟୋମୋବାଇଲ ସେକ୍ଟରରେ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ପଡ଼ିବା ପରେ ବର୍ତ୍ତମାନ ବାଇକ୍‌ର ଦାମ୍‌ ବଢ଼ିଯାଇଛି। ସେହିପରି ପେଟ୍ରୋଲ ଦର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଭଳି ସମୟରେ ଗ୍ରାହକ ଏମିତି ଗାଡ଼ି କିଣିବାକୁ ଚାହୁଁଛନ୍ତି, ଯାହାର ଦାମ୍‌ କମ୍‌ ଏବଂ ମାଇଲେଜ୍‌ ଅଧିକ। ଏହାକୁ ଦୃଷ୍ଟିରେ ରଖିଲେ, ବଜାଜ୍‌ ସିଟି ୧୦୦ ବାଇକ୍‌ ଗ୍ରାହକଙ୍କ ପାଇଁ ଭଲ ବିକଳ୍ପ ସାବ୍ୟସ୍ତ ହେଉଛି।

ବଜାଜ୍‌ ସିଟି ୧୦୦ ବାଇକ୍‌ ବର୍ଷ ବର୍ଷ ଧରି ଲୋକମାନଙ୍କ ସାଙ୍ଗରେ ରହିଛି। ମଧ୍ୟବୀତ ଶ୍ରେଣୀର ଲୋକମାନଙ୍କ ଏହି ବାଇକ୍‌ ବେଶ୍‌ ପସନ୍ଦ। କମ୍ପାନି ପକ୍ଷରୁ ଦାବି କରାଯାଉଛି ଯେ, ବଜାଜ୍‌ ସିଟି ୧୦୦ ବାଇକ୍‌ ଲିଟର ପ୍ରତି ୯୦ କିଲୋମିଟର ମାଇଲେଜ୍‌ ଦେଉଛି।

ବାଇକ୍‌ର ଦାମ୍‌ ଦେଖିବାକୁ ଗଲେ ବଜାଜ୍‌ ସିଟି ୧୦୦ର ଦିଲ୍ଲୀ ଏକ୍ସ-ସୋରୁମ୍‌ ମୂଲ୍ୟ ରହିଛି ମାତ୍ର ୩୨ ହଜାର ଟଙ୍କା। ସେଥିପାଇଁ ଏହି ବାଇକ୍‌ ବର୍ତ୍ତମାନ ସବୁ ବର୍ଗର ଲୋକମାନଙ୍କୁ ବେଶ୍‌ ସୁହାଉଛି।

୧୦୨ ସିସି ବିଶିଷ୍ଟ ବଜାଜ୍‌ ସିଟି ୧୦୦ ବାଇକ୍‌ରେ ୪ ଷ୍ଟ୍ରୋକ୍‌ ଏବଂ ନାଚୁରାଲ ଏୟାର କୁଲ୍‌ଡ ଇଞ୍ଜିନ ରହିଛି। ଏହାର ୩ଟି ଭାରିଏଣ୍ଟ ମଧ୍ୟ ରହିଛି। ବଜାର ସିଟି ୧୦୦, ସିଟି ୧୦୦ ଇଏସ୍‌ ଏଲୟ, ସିଟି ୧୦୦ କେଏସ୍‌ ଏଲୟ ସାମିଲ ରହିଛି। ଏହି ବାଇକ୍‌ରେ ୪ ସ୍ପିଡ୍‌ ଗିଅର ବକ୍ସ ଦିଆଯାଇଛି। ବାଇକ୍‌ର ଆଗ ଏବଂ ପଛରେ ୧୧୦ ମିଲିମିଟର ବିଶିଷ୍ଟ ଡ୍ରମ୍‌ ବ୍ରେକ୍ ଦିଆଯାଇଛି। ଏଥିରେ ୧୦.୫ ଲିଟର ବିଶିଷ୍ଟ ତେଲ ଟାଙ୍କି ରହିଛି।

ଦାମ୍‌ କମ ଥିବାରୁ ଏହଇ ବାଇକ୍‌ ସମସ୍ତଙ୍କ ପସନ୍ଦ ସାବ୍ୟସ୍ତ ହୋଇପାରିଛି। ଏହାର ୩ଟି ଭାରିଏଣ୍ଟର ଅଲଗା ଅଲଗା ପ୍ରାଇଜ୍‌ ରହିଛି। ବଜାଜ୍‌ ସିଟି ୧୦୦ କେଏସ୍‌ ଏଲୟର ମୂଲ୍ୟ ୩୩,୨୯୩ ଟଙ୍କା ରହିଥିବା ବେଳେ ବଜାର ସିଟି ୧୦୦ର ଦାମ୍‌ ୩୨ ହଜାର ଏବଂ ସିଟି ୧୦୦ ଇଏସ୍‌ ଏଲୟର ଦାମ୍‌ ୪୧,୧୩୩ ଟଙ୍କା ରହିଛି।

Comment